fbpx

୨୦୫ ଭାରତୀୟଙ୍କୁ ବାଂଲାଦେଶରୁ ଦିଲ୍ଲୀ ଆଣିଲା ଏୟାର ଇଣ୍ଡିଆ ଫ୍ଲାଇଟ

ନୂଆଦିଲ୍ଲୀ: ବାଂଲାଦେଶର ହିଂସା ଏବଂ ବିରୋଧ ମଧ୍ୟରେ ଅନେକ ଭାରତୀୟ ସେଠାରେ ଫଶି ରହିଥିଲେ । ଏଥିରୁ ଅନେକ ଛାତ୍ର ମଧ୍ୟ ଥିଲେ । ବୁଧବାର ଦିନ ଏୟାର ଇଣ୍ଡିଆର ସ୍ପେଶାଲ ଫ୍ଲାଇଟ ୨୦୫ ଭାରତୀୟଙ୍କୁ ନେଇ ନୂଆଦିଲ୍ଲୀରେ ପହଞ୍ଚିଛି, ଯେଉଁଥିରେ ଛଅ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି । ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ଲୋକମାନେ ଆରମରେ ନିଶ୍ୱାସ ନେଇଛନ୍ତି । ଏୟାର ଇଣ୍ଡିଆର ସ୍ପେଶାଲ ଫ୍ଲାଇଟ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଉଡାଣ ଭରିଥିଲା, ଯାହା ସକାଳେ ଦିଲ୍ଲୀ ଏୟାରପୋର୍ଟରେ ଲ୍ୟାଣ୍ଡ କରିଥିଲା ।

ସୂତ୍ର ମୁତାବକ, ବାଂଲାଦେଶରେ ପରିସ୍ଥିତି ଠିକ ହେବା ପରେ ମଧ୍ୟ ଏୟାର ଇଣ୍ଡିଆର ଫ୍ଲାଇଟକୁ ସେଠାରେ ଫଶିଥିବା ଭାରତୀୟଙ୍କୁ ଦେଶକୁ ଆଣିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏୟାର ଇଣ୍ଡିଆର ଫ୍ଲାଇଟକୁ ମଙ୍ଗଳବାର ଦିନ ଢାକା ଅନ୍ତର୍ଜାତୀୟ ବିମାନବନ୍ଦରକୁ ପଠାଯାଇଥିଲା ଏବଂ ସେଠାରେ ସଙ୍ଗେ ସଙ୍ଗେ ୨୦୫ ଜଣ ଭାରତୀୟଙ୍କ ସହ ଦିଲ୍ଲୀ ବିମାନବନ୍ଦରରେ ନିରାପଦରେ ପହଞ୍ଚିଥିଲା । ତେବେ ବାଂଲାଦେଶରୁ ଭାରତୀୟଙ୍କୁ ଆଣିବା ଲାଗି ଆଜିଠାରୁ ପ୍ରତିଦିନ ଢାକାକୁ ଦୁଇଟି ବିମାନ ପଠାଯିବ ।

Get real time updates directly on you device, subscribe now.