ଆଜି ଏହି 3 ରାଶିଙ୍କ ଉପରେ ରହିବ ଶନିଦେବଙ୍କ କୃପା, ଏହି ସମୟରୁ ହେବ ଧନ ବର୍ଷା, ଜାଣନ୍ତୁ ଆଜିର ରାଶିଫଳ…

ରାଶି ଅନୁସାରେ ଆପଣଙ୍କ ଦିନ କିପରି ରହିବ ଏବଂ କେଉଁ ଉପାୟରେ ଆପଣ ଏହାକୁ ଭଲ କରିପାରିବେ। ଜାଣନ୍ତୁ ଆଜିର ରାଶିଫଳ...

ଓଡ଼ିଶା ଭାସ୍କର: 21 ଜୁନ୍ 2025 ରାଶିଫଳ: ରାଶି ଅନୁସାରେ ଆପଣଙ୍କ ଦିନ କିପରି ରହିବ ଏବଂ କେଉଁ ଉପାୟରେ ଆପଣ ଏହାକୁ ଭଲ କରିପାରିବେ। ଏହା ସହିତ ଜାଣନ୍ତୁ ଆଜି ଆପଣଙ୍କ ପାଇଁ ଭାଗ୍ୟଶାଳୀ ରଙ୍ଗ ଏବଂ ଭାଗ୍ୟଶାଳୀ ସଂଖ୍ୟା କ’ଣ ହେବ।

ମେଷ- ଦୁର୍ବଳମନା ହୋଇପାରନ୍ତି। କର୍ମକ୍ଷେତ୍ରରେ ବିରୋଧାଭାବ ଦେଖାଦେବ। ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ପରିବାର ଲୋକଙ୍କ ଠାରୁ ଖୁସିର ବାର୍ତ୍ତା ମିଳିବ। ବ୍ୟବସାୟରେ ଏତେ ଲାଭ ହେବ ନାହିଁ। ପାରିବାରିକ ସମ୍ପର୍କ ସୁଦୃଢ଼ ହେବ।

ଶୁଭ ରଙ୍ଗ- ପିଙ୍କ୍

ଶୁଭ ସଂଖ୍ୟା- 9

ବୃଷ- ସେବା ପୂଜାରେ ମନୋନିବେଶ କରିବେ। ବ୍ୟବସାୟୀମାନେ ରିସ୍କ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁ ପରିଶ୍ରମରେ ଲଘୁକ୍ରିୟା। ରୋଜଗାରର ନୂଆ ପନ୍ଥା ପାଇବେ। ପଥରୋଧ ହେବାର ସମ୍ଭାବନା ରହିଛି।

ଶୁଭ ରଙ୍ଗ-ନୀଳ

ଶୁଭ ସଂଖ୍ୟା-4

ମିଥୁନ- ଏକାଦଶ ଚନ୍ଦ୍ର କାଳ ଭୋଗ ଯୋଗୁ ପ୍ରତିଷ୍ଠା ବୃଦ୍ଧି ପାଇବ। ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ।

ଶୁଭ ରଙ୍ଗ-ହଳଦିଆ

ଶୁଭ ସଂଖ୍ୟା-9

କର୍କଟ- ଆଶାନୁରୂପ ଅର୍ଥ ପ୍ରାପ୍ତିର ଯୋଗ ରହିଛି। ଲାଗି ରହିଥିବା ସମସ୍ୟାର ସମୂଳ ସମାଧାନ ହେବ। ରାଜନୀତିରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିଛି। ନିବେଶ ପାଇଁ ଦିନଟି ଅନୁକୂଳ ରହିଛି। ଛାତ୍ରଛାତ୍ରୀମାନେ ଉପକୃତ ହେବେ।

ଶୁଭ ରଙ୍ଗ-ଗ୍ରେ

ଶୁଭ ସଂଖ୍ୟା-4

ସିଂହ- କର୍ମ ଚଞ୍ଚଳ ହେବେ। ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ। ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମନୋନିବେଶ କରିବେ। କର୍ମ କ୍ଷେତ୍ରରେ କିଛି ଲାଭଦାୟକ ପ୍ରୟାସ କରିବେ। ବ୍ୟବସାୟୀଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ ।

ଶୁଭ ରଙ୍ଗ-ଅରେଞ୍ଜ ବା କମଳା

ଶୁଭ ସଂଖ୍ୟା-6

କନ୍ୟା- ସେବାପୂଜାରେ ମନୋନିବେଶ କରିବେ। ମନରେ ସାଧାରଣତଃ ଅଶାନ୍ତି ସୃଷ୍ଟି ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବ। ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଚାକିରିରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ପାଠରେ ମନଯୋଗ ଦେବେ ନାହିଁ।

ଶୁଭ ରଙ୍ଗ-ସ୍କା ବ୍ଲୁ

ଶୁଭ ସଂଖ୍ୟା-5

ତୁଳା- ଗୃହରେ ଲାଗି ରହିଥିବା ସମସ୍ୟାର ସମାଧାନ ଖୋଜିବେ। ଶରୀର ପୀଡ଼ା ରହିବ। ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ।

ଶୁଭ ରଙ୍ଗ-ଗୋଲ୍ଡେନ

ଶୁଭ ସଂଖ୍ୟା-6

ବିଛା– କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ। ବନ୍ଧୁ ମିଳନର ଯୋଗ ରହିଛି। ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ। ପରିବାରରେ ସୁଖ ଶାନ୍ତି ଲାଗି ରହିବ। ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ।
ଶୁଭ ରଙ୍ଗ-ସିଲଭର

ଶୁଭ ସଂଖ୍ୟା-8

ଧନୁ- ପରିବାରରେ ସୁଖ ସମାଚାର ଶୁଣିବାକୁ ମିଳିବ। ବନ୍ଧୁଙ୍କ ମାଧ୍ୟମରେ ଧନ ଆୟର ଯୋଗ ରହିଛି। ବ୍ୟବସାୟରେ ଅର୍ଥ ନିବେଶ କରିବେ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ। ଶତ୍ରୁ ଭୟ ଲାଗି ରହିବ।

ଶୁଭ ରଙ୍ଗ-ସବୁଜ

ଶୁଭ ସଂଖ୍ୟା-9

ମକର- କର୍ମ କ୍ଷେତ୍ରରେ ନିଜକୁ ସଞ୍ଜତ କରି ରଖିବାକୁ ଚେଷ୍ଟା କରନ୍ତୁ। ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଅବନତି ଘଟିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ହେବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ। କିଛି କାର୍ଯ୍ୟକୁ ନେଇ ଚିନ୍ତା ଗ୍ରସ୍ତ ହେବ।

ଶୁଭ ରଙ୍ଗ-ନାଲି

ଶୁଭ ସଂଖ୍ୟା-1

କୁମ୍ଭ- ଦିନଟିରେ ଆପଣ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବେ। ହେଲେ ମଧ୍ୟ ପ୍ରତିବାଦର ଶିକାର ହେବେ। ମନୋବଳ ଦୃଢ଼ ରହିବ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଜୀବନ ସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ନେବେ।

ଶୁଭ ରଙ୍ଗ-ପର୍ପଲ ବା ବାଇଗଣି

ଶୁଭ ସଂଖ୍ୟା-2

ମୀନ– ପରିଶ୍ରମ ଅଧିକ ରହିବ। ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି। ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ଲାଭ ଯୋଗ ରହିଛି। ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଅମନଯୋଗୀ ହୋଇପାରନ୍ତି । ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଶୁଭ ରଙ୍ଗ-ସିଲଭର

ଶୁଭ ସଂଖ୍ୟା-8