fbpx

ଓଡ଼ିଶାକୁ ଛୁଟିବ ବିଦେଶୀ ପୁଞ୍ଜିର ସୁଅ, ୨୧ ହଜାର କୋଟିର ନିବେଶ ପ୍ରତିଶ୍ରୁତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦୁବାଇରେ ଆୟୋଜିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇ ସେଠାକାର ପୁଞ୍ଜିପତିମାନଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଓଡ଼ିଶାରେ ବ୍ୟାପକ ପୁଞ୍ଜି ନିବେଶ କରିବା ପାଇଁ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଟ୍ୱିଟ୍‌ କରିଛନ୍ତି । ଦୁବାଇର ତବ୍ରିଦ ଗ୍ରୁ୍‌ପ ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆଗ୍ରହ ପ୍ରକାଶ କରିଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଲୋଚନା ସମୟରେ ଏହି ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁସୁଫ୍‌ ଅଲ୍‌ ହମାଦୀଙ୍କୁ ଭେଟି ଆଲୋଚନା କରିଥିଲେ । ଭୁବନେଶ୍ୱର ଆଇସିଟି କ୍ୟାମ୍ପସରେ ୧ ହଜାର କୋଟିର ପୁଞ୍ଜି ନିବେଶ କରିବାକୁ ଏହି ଗ୍ରୁ୍‌ପ ପ୍ରତିଶ୍ରୁତି ଦେଇଛି ।

ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ଏହି ପ୍ରକଳ୍ପ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିରି ଏନ୍‌ବିିସି ମଧ୍ୟ ରାଜ୍ୟରେ ପୁଞ୍ଜି ନିବେଶ କରିବ ବୋଲି ଘୋଷଣା କରିଛି । କୁଏତ୍‌ର ଏମ୍‌ବିଟିସି କମ୍ପାନୀର ଅଂଶୀଦାର ଓ ପରିଚାଳନା ନିର୍ଦ୍ଦେଶକ କେ.ଜି.ଆବ୍ରାହମଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭେଟି ଆଲୋଚନା କରିବା ପରେ କମ୍ପାନୀ ପୁଞ୍ଜି ନିବେଶ ନେଇ ଘୋଷଣା କରିଛି । ଓଡ଼ିଶାରୋ ୟୁରିଆ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ କମ୍ପାନୀ ୫ ହଜାର କୋଟି ଟଙ୍କାର ନିବେଶ କରିବ । ଏମ୍‌ବିଟିସିକୁ ମଧ୍ୟ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଟ୍ୱିଟ୍‌ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ସେହିପରି ଦୁବାଇର ସରାଫ୍‌ ଗ୍ରୁ୍‌ପ ଲଜିଷ୍ଟିକ୍‌ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଅନ୍ୟ ପକ୍ଷରେ ରାଜ୍ୟରେ ଶୋଭା ଲିମିଟେଡ୍‌ ୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ମେଟାଲ୍‌ ଓ ହସ୍ପିଟାଲିଟି କ୍ଷେତ୍ରରେ ଏହି ପୁଞ୍ଜି ନିବେଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସହ ଏହି କମ୍ପାନୀର ଅଧ୍ୟକ୍ଷ ଆଲୋଚନା କରିଥିବା ସୂଚନା ମିଳିଛି । ମୋଟ୍‌ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ ବୋଲି ସୂଚନା ଦିଆଯାଇଛି ।

ଗତ ୨ ବର୍ଷରେ ଓଡ଼ିଶାରେ ବିନିଯୋଗ ହୋଇଛି ୩ ଲକ୍ଷ ୭୫ ହଜାର କୋଟି ଟଙ୍କା । କରୋନା ମହାମାରୀ ସତ୍ୱେ ରାଜ୍ୟ ସରକାର ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଠାରୁ ଆରମ୍ଭ କରି ଜମି ଅଧିଗ୍ରହଣ ବ୍ୟବସ୍ଥାରେ ମଧ୍ୟ ସରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଇନ୍‌ଭେଷ୍ଟର୍ସ ମିଟ୍‌ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଓଡ଼ିଶା ଦୁବାଇ ମଲ୍ଟିକମୋଡିଟିଭ ସେଣ୍ଟର ଏବଂ ସାରଜାର ସାରଜା ବିମାନ ବନ୍ଦର ଅନ୍ତର୍ଜାତୀୟ ମୁକ୍ତ ଜୋନ୍‌ କର୍ତ୍ତୃ କ୍ଷଙ୍କ ସହ ଆଲୋଚନା କରିଥିଲେ । ଏପରିକି ଉଭୟ ପକ୍ଷ ମଧ୍ୟରେ ଦକ୍ଷତା ସହ ପ୍ରଶିକ୍ଷଣ ବିନିମୟ ନେଇ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହି ପ୍ରୟାସ ଆଗାମୀ ଦିନରେ ରାଜ୍ୟର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ ।

Get real time updates directly on you device, subscribe now.