International Tea Day: ୨୧ ମେ’ରେ କାହିଁକି ପାଳନ କରାଯାଏ ଅନ୍ତର୍ଜାତୀୟ ଚାହା ଦିବସ, ଜାଣନ୍ତୁ
ଆଜିର ଦିନରେ କାହିଁକି ପାଳନ କରାଯାଏ ଅନ୍ତର୍ଜାତୀୟ ଚାହା ଦିବସ
ନୂଆଦିଲ୍ଲୀ: ଅନେକ ଲୋକେ ନିଜ ଦିନର ଆରମ୍ଭ ଚାହାଠାରୁ କରିଥାଆନ୍ତି । ଏହାକୁ ସଠିକ ମାତ୍ରାରେ ଏବଂ ସଠିକ୍ ଢଙ୍ଗରେ ପିଇବା ଶରୀରକୁ ଖୁବ ଫାଇଦା ମିଳିଥାଏ ।
ଯଦି ଆପଣ ମଧ୍ୟ ଚାହା ସୌକିନ, ତେବେ ଜାଣନ୍ତୁ ଯେ, ଆଜି ଅନ୍ତର୍ଜାତୀୟ ଚାହା ଦିବସ । ପ୍ରତି ବର୍ଷ ମେ’ ୨୧ ତାରିଖରେ ପାଳନ କରାଯାଇଥାଏ । ଏହାକୁ ପ୍ରଥମେ ୧୫ ଡିସେମ୍ବର ଦିନ ପାଳନ କରାଯାଉଥିଲା ।
ଅନ୍ତର୍ଜାତୀୟ ଚାହା ଦିବସ ଅର୍ଥାତ ଇଣ୍ଟରନେସନାଲ ଟି ଡେ ପାଳନର ଆରମ୍ଭ ୨୧ ମାର୍ଚ୍ଚ ୨୦୨୦ରେ ହୋଇଥିଲା । ଚାହା ଗଛ ଅନେକ ଦେଶରେ ଜୀବିକା ବହନ କରିଥାଏ । ଚାହା ପିଇବାର ଫାଇଦା ଏବଂ ଚାହା ପିଇବାକୁ ପ୍ରୋତ୍ସାହିତ କରିବା ଲାଗି ଏହି ଦିନ ସେଲିବ୍ରେଟ୍ କରାଯାଇଥାଏ ।
୨୧ ମେ’ରେ କାହିଁକି ପାଳନ କରାଯାଏ ଚାହା ଦିବସ: ଆମେରିକା ପ୍ରତି ବର୍ଷ ୨୧ ମେ’ରେ ଏହି ଦିନକୁ ପାଳନ କରିଥାଏ । ଏହା ପଛର କାରଣ ହେଉଛି, ଅଧିକାଂଶ ଦେଶରେ ଚାହା ଉତ୍ପାଦନ ମେ’ ମାସରେ ଆରମ୍ଭ ହୋଇଥାଏ । ଆସାମ ଭାରତର ପ୍ରଥମ ଏପରି ରାଜ୍ୟ, ଯିଏ ଚାହା କରିବା ପ୍ରଥମେ ଆରମ୍ଭ କରିଥିଲା ।
ଚାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ: ଚାହା ପିଇବା ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ, ମାନସିକ ସ୍ୱାସ୍ଥ୍ୟ ପାଇଁ ତା’ଠାରୁ ଆହୁରି ଭଲ । ଥକାପଣ ଏବଂ ଥଣ୍ଡାରୁ ଆରାମ ପାଇବା ଲାଗି ଚାହାର ସେବନ ସବୁଠୁ ଭଲ । ଚାହା ହୃଦୟ ସ୍ୱାସ୍ଥ୍ୟା ପାଇଁ ଖୁବ ଭଲ । କିନ୍ତୁ ଏହାକୁ ଅଧିକ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଯେତିକି ଆବଶ୍ୟକ, ସେତିକି ପିଇବା ଭଲ ।