fbpx

ଓଡିଶାକୁ ୨୨,୨୬୭ କୋଟିର ପ୍ୟାକେଜ୍

ଭୁବନେଶ୍ୱର,୧୬ ।୧୦(ଓଡିଶା ଭାସ୍କର): କୋରୋନା କାଳରେ ଓଡ଼ିଶାକୁ ୨୨,୨୬୭.୬୬ କୋଟି ଟଙ୍କାର ପ୍ୟାକେଜ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ, କୋଭିଡ ପରିଚାଳାନ ପାଇଁ ଓଡିଶାକୁ ମିଳିଛି ୧୦୨ କୋଟି ଟଙ୍କା । ରାଜ୍ୟର ୩.୧୭ କୋଟି ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ ମିଳିଛି । ମୋଟ୍ ୭ ଲକ୍ଷ ୫୧ ହଜାର ୯୩୦ ଟନ୍ ଚାଉଳ ଯୋଗାଇ ଦିଆଯାଇଛି । ୯୨.୮୫ ଲକ୍ଷ ହିତାଧିକାରୀଙ୍କୁ ୪୪ ହଜାର ୧୩୦ ଟନ୍ ଡାଲି ଦିଆଯାଇଛି । କୃଷକ ସମ୍ମାନ ନିଧି ଯୋଜନାରେ ୨୦.୩ ଲକ୍ଷ ହିତାଧିକାରୀଙ୍କୁ ୪୦୦.୬୩ କୋଟି ଦିଆଯାଇଛି । ଜନଧନ ଆକାଉଣ୍ଟଧାରୀ ୮୫.୨୦ ଲକ୍ଷ ହିତାଧିକାରୀଙ୍କୁ ୧୨୫୮.୦୨ କୋଟି ଟଙ୍କା ଦିଆଯାଇଛି । ଉଜ୍ଜଳା ଯୋଜନାରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ସହାୟତା ଦିଆଯାଇଛି । ଓଡିଶାକୁ ଜିଏସଟି କ୍ଷତିପୂରଣ ବାବଦରେ ୫ ହଜାର ୧୨୨ କୋଟି ଟଙ୍କା ଦିଆଯାଇଛି ।’

Get real time updates directly on you device, subscribe now.