ସୁକମା: ୨୨ ମାଓବାଦୀ କଲେ ଆତ୍ମସମର୍ପଣ । ସୁକମା ଜିଲ୍ଲା ସୁରକ୍ଷାକର୍ମୀଙ୍କ ନିକଟରେ କରିଛନ୍ତି ଆତ୍ମ ସମର୍ପଣ ।
ଆତ୍ମସମର୍ପଣ କରିଥିବା ୨୨ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ଉପରେ ୪୦.୫ ଲକ୍ଷ ଟଙ୍କାର ପୁରସ୍କର ରାଶି ଘୋଷଣା କରାଯାଇଥିଲା ।
ମାଓବାଦୀମାନେ ନିୟାଦ ନେଲାନାର ଯୋଜନା ଦ୍ୱାରା ଆକୃଷ୍ଟ ହୋଇ ସରେଣ୍ଡର କରିଥିବା କହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଛତିଶଗଡ଼ର ମାଦ ଏବଂ ନୂଆପଡ଼ାରେ ଆକ୍ଟିଭ ଥିଲେ ।
ମାସବାଦୀ କିଡିକ ଦେଭେ ଏବଂ ଦୁଧି ବୁଧ୍ରା ମାଓ କମିଟି ମେମ୍ବର ଥିବାବେଳେ ସେମାନଙ୍କ ମୁଣ୍ଡପିଛା ୫ ଲକ୍ଷ ଲେଖାଁଏ ପୁରସ୍କାର ରାଶି ପୋଲିସ ଘୋଷଣା କରିଥିଲା ।