କଟକ: ହୋଲି ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ହୋଲି ପାଇଁ କଟକ ସହରରେ ମୁତୟନ ହେବେ ୨୨ ପ୍ଳାଟୁନ୍ ପୋଲିସ ।
ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ମଦ ପିଇ ହୋଲି ଖେଲୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଦିନ ୨ରୁ ୧ ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପିଙ୍କ ପରାମର୍ଶ । ହୋଲିରେ ମଦ ଦୋକାନ ବନ୍ଦ ରହିବ । ଲୁଚାଇ ମଦ ବିକିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ନଦୀ ତୁଠରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଲେ ଡିସିପି ।