fbpx

ମାଟ୍ରିକ୍ ଅଫଲାଇନ ପରୀକ୍ଷା ଦେବେ ୨୨୪୪ ଛାତ୍ରଛାତ୍ରୀ,ଜାଣନ୍ତୁ ଆଉ କଣ କହିଲେ ଗଣଶିକ୍ଷା ସଚିବ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ୨୬ ତାରିଖରୁ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଶନିବାର ଘୋଷଣା କରିଛନ୍ତି । ସମସ୍ତ କରୋନା କଟକଣା ମାଧ୍ୟମରେ ଆରମ୍ଭ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ଆରମ୍ଭ ହେବାକୁ ଯାଉଛି । ଅଭିଭାବକଙ୍କ ସହିତ ଆଲୋଚନା କରାଯାଇ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ବିଦ୍ୟାଳୟ ଗୁଡିକ ସକାଳ ୧୦ଟାରୁ ୧.୩୦ ପର୍ଯ୍ୟନ୍ତ ଖୋଲା ରହିବ । ତେବେ ଅନଲାଇନ ପାଠପଢା ପୂର୍ବବତ ଜାରି ରହିବ । ନବମ ଓ ଏକାଦଶ ଶ୍ରେଣୀର ପାଠପଢା ପରବର୍ତ୍ତୀ ପର୍ଯ୍ୟାୟରେ ଆରମ୍ଭ କରାଯିବ । ଏକାଦଶ ଶ୍ରେଣୀର ପାଠପଢା ସେପ୍ଟେମ୍ବର ୧୫ ପରେ ଆରମ୍ଭ ହେବାର ସମ୍ଭାବନା ରହିଛି । ରବିବାର ଓ ସରକାର ଛୁଟିରେ ବିଦ୍ୟାଳୟ ବନ୍ଦ ରଖାଯିବ ବୋଲି ଶିକ୍ଷା ସଚିବ ସୂଚନା ଦେଇଛନ୍ତି । ଏହା ସହିତ ଜିଲ୍ଳାପାଳ ଚାହିଁଳେ ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟ ବନ୍ଦ ରଖିବାର ନିଷ୍ପତ୍ତି ନେଇ ପାରିବେ । ଯଦି ଭବିଷ୍ୟତରେ କରୋନା ପାଇଁ ପରୀକ୍ଷା ସମ୍ଭବ ନ ହୁଏ ତେବେ ବିଗତ ବର୍ଷରେ କରାଯାଇଥିବା ମାର୍କିଂ ପ୍ରକ୍ରିୟାରେ ହି ମାର୍କ ପ୍ରଦାନ କରାଯିବ ।
ଅଫଲାଇନ ପରୀକ୍ଷା ଏବଂ ଶ୍ରେଣୀଗୃହରେ ଶିକ୍ଷାଦାନ ସମ୍ପର୍କରେ ସୂଚନା ଦେଇଥିଲେ । ୨୫ ତାରିଖରେ ପ୍ରକାଶ ପାଇଥିବା ମେଟ୍ରିକ୍ ପରୀକ୍ଷା ଫଳାଫଳକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ୬ ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀ ପ୍ରାୟ ୬ ଲକ୍ଷ ୧୦ ହଜାର ଛାତ୍ରଛାତ୍ରୀ ପାଶ କରିଥିଲେ । ୯୭ ପ୍ରତିଶତ ପାସ ହାର ରହିଥିବା ବେଳେ ମାର୍କକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । କରୋନା ସ୍ଥିତି ସୁଧୁରିବା ପରେ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଜୁଲାଇ ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ ଫର୍ମଫିଲପର ତାରିଖ ଧାର୍ଯ୍ୟ କରାଯାଇଥିଲା । ସମୁଦାୟ ୨୨୪୪ ଜଣ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ସମୁଦାୟ ୧୫୧୧୫ ଜଣ ଛାତ୍ରୀ (ରେଗୁଲାର, ଏକ୍ସ ରେଗୁଲାର ଓ ମଧ୍ୟମା) ଏହି ଆବେଦନ କରିଛନ୍ତି । ସମସ୍ତ ଜିଲ୍ଲା ହେଡକ୍ୱାର୍ଟରରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତି ପରୀକ୍ଷାକେନ୍ଦ୍ରରେ ଆଇସୋଲେସନ କେନ୍ଦ୍ର ରହିବ । ମାସ୍କ, ସାନିଟାଇଜର ଓ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ ରଖାଯାଇଛି ।

Get real time updates directly on you device, subscribe now.