ରାଜ୍ୟରେ ୩ ବର୍ଷରେ ପ୍ରାଣ ହାରିଲେଣି ୨୨୮ ଛାତ୍ର, ରିପୋର୍ଟ ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପ୍ରାଣ ହାରିବା ମାମଲାରେ ଛାତ୍ରଙ୍କ ସଂଖ୍ୟା ଅଧିକ। ବିଧାୟକ ଶ୍ରୀ ଧ୍ରୁବ ଚରଣ ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶ୍ନ ପଚାରିଥିଲେ ଯେ, ରାଜ୍ୟରେ ଗତ ତିନବର୍ଷରେ ପ୍ରତିବର୍ଷରେ କେତୋଟି ପ୍ରାଣ ହାରିବା ମାମଲା ଘଟିଥିଲା ଓ ତା’ର ବାର୍ଷିକ ବୃଦ୍ଧି ବା ହ୍ରାସ ହାର କେତେଥିଲା ଏବଂ ତନ୍ମଧ୍ୟରୁ କେତୋଟି ଚାଷୀଙ୍କ ପ୍ରାଣହାରିବା ମାମଲା ଓ କେତୋଟି ଛାତ୍ର ଛାତ୍ରୀ ପ୍ରାଣହାରିବା ମାମଲା ଥିଲା?

ଏହି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ରାଜ୍ୟର ଗତ ତିନିବର୍ଷ ଅର୍ଥାତ୍ ୨୦୨୧,୨୦୨୨ ଓ ୨୦୨୩ ମସିହା ମଧ୍ୟରେ ପଞ୍ଜିକୃତ ହୋଇଥିବା ପ୍ରାଣ ହାରିବା ମାମଲାର ସଂଖ୍ୟା ତଥା ଏପରି ମାମଲାରେ ଚାଷୀଙ୍କ ପ୍ରାଣ ହାରିବା ଓ ଛାତ୍ରଛାତ୍ରୀ ଜୀବନ ହାରିବାର ତାଲିକା ପ୍ରଦାନ କରିଛନ୍ତି ମୁଖୂମନ୍ତ୍ରୀ।

ତାଲିକା ଅନୁଯାୟୀ, ୨୦୨୧ ମସିହାରେ ପଞ୍ଜିକୃତ ହୋଇଥିବା ପ୍ରାଣ ହାରିବା ସଂଖ୍ୟା ୫୬୪୯ ହୋଇଥିବା ବେଳେ ଏଥିରେ ଜଣେ ଛାଷୀ, ୫୮ ଜଣ ବାଳକ ଏବଂ ୬୧ ବାଳିକା ଅନ୍ତର୍ଭୁକ୍ତ। ସେହିପରି ୨୦୨୨ ମସିହାରେ ପଞ୍ଜିକୃତ ହୋଇଥିବା ପ୍ରାଣ ହାରିବା ସଂଖ୍ୟା ୬୧୪୦। ଏଥିରେ ୨ ଜଣ ଚାଷୀ, ୭୫ ଜଣ ବାଳକ ଏବଂ ୯୮ ଜଣ ବାଳିକା ଥିଲେ। ୨୦୨୩ ବର୍ଷରେ ପଞ୍ଜିକୃତ ହୋଇଥିବା ପ୍ରାଣ ହାରିବା ସଂଖ୍ୟା ୫୯୮୯ ହୋଇଥିବା ବେଳେ ଏଥିରେ ଜଣେ ଚାଷୀ ଏବଂ ୮୫ ଜଣ ବାଳକ ଏବଂ ୧୦୪ ଜଣ ବାଳିକା ଅନ୍ତର୍ଭୁକ୍ତ।