ଅଚାନକ୍ ବିଜୁଳି ମାରିବାରୁ ୨୩ ଲୋକଙ୍କର ଚାଲିଗଲା ଜୀବନ

ବିହାର,୨୫ ।୬: ଅଚାନକ୍ ବଜ୍ରପାତ ହେବାରୁ ୨୩ ଳୋକଙ୍କର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ବିହାରର ଗୋପାଳଗଞ୍ଜ ସିୱାନ, ମଧୁବନୀ, ମୋତିହାରୀ, ଦରଭଙ୍ଗାରେ ଘଟିଯାଇଛି । ଏଥିରୁ ୧୩ ଜଣ ଭୋପାଳଗଞ୍ଜର ହୋଇଥିବା ବେଳେ ସିୱାନରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମଧୁବନୀ ଓ ମୋତିହାରୀରେ ୨ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି । ଦାରବଙ୍ଗାରେ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ସେମାନେ ସମସ୍ତେ କୃଷକ ହୋଇଥିବା ବେଳେ ଧାନ ରୋପଣ କରିବାକୁ ବାହାରିଥିଲେ । କିନ୍ତୁ ବିଜୁଳି ଖସିବାରୁ ସମସ୍ତଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପଟେ ବିଜୁଳି ମାରିବାକୁ ଜିଲ୍ଲାର ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଅଛନ୍ତି ।