fbpx

ରାଜ୍ୟରେ ଆଜି ବି ୨୦୦ ଟପିଲା ସଂକ୍ରମଣ ସଂଖ୍ୟା: ୨୩୪ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

Advertisement

ଭୁବନେଶ୍ୱର, ୨୬ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨୦୦ ଟପିଛି । ଗତ ୨୪ ଘଣ୍ଟାରେ ପୁଣି ୨୩୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୩୪ ପଜିଟିଭ ମଧ୍ୟରୁ ସଙ୍ଗରୋଧରୁ ୧୩୯ ଓ ସ୍ଥାନୀୟ ଅଞ୍ଚଳରୁ ୯୫ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୯୪ରେ ପହଞ୍ଚିଛି ।

ତେବେ ଆଜି ନୂଆପଡ଼ାରୁ ସର୍ବାଧିକ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୦୯ରହିଥିବା ବେଳେ ୧୩୧୩ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.