fbpx

ଭାରତୀୟ ୟୁରାନିୟମ ନିଗମ ଲିମିଟେଡ ପକ୍ଷରୁ ବାହାରିଲା ୨୩୯ଟି ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଭାରତୀୟ ୟୁରାନିୟମ୍ ନିଗମ ଲିମିଟେଡ (ୟୁସିଆଇଏଲ) ପକ୍ଷରୁ ୨୩୯ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ । ପ୍ରାର୍ଥୀଙ୍କୁ ଟ୍ରେଡ ଆପ୍ରେଣ୍ଟାଇସ୍ ପଦବୀରେ ନିଯୁକ୍ତି ଦିଆଯିବ ।

ଏହିସବୁ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଅକ୍ଟୋବର ମାସ ୨୯ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଏହା ନଭେମ୍ବର ମାସ ୩୦ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୨୫ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ୟୁଆର / ଓବିସି (ଏନସିଏଲ) / ଇଡବ୍ଲ୍ୟୁଏସ ପ୍ରାର୍ଥୀମାନେ ଦଶମ ପରୀକ୍ଷାରେ ଅତିକମରେ ୫୦ ପ୍ରତିଶତ ମାର୍କ ରଖିଥିବେ । ଏସସି / ଏସଟି ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହା ୪୫ ପ୍ରତିଶତ ହେବ । ଏଥିସହିତ ସମସ୍ତ ପ୍ରାର୍ଥୀ ଏନସିଭିଟିରୁ ପ୍ରାସଙ୍ଗିକ ଟ୍ରେଡରେ ଆଇଟିଆଇରେ ୬୦ ପ୍ରତିଶତ ରଖିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ମୋଟ ୮ଟି ବର୍ଗରେ ନିଯୁକ୍ତି ଦିଆଯିବ ।

ଅନଲାଇନ ଆବେଦନ ଲିଙ୍କ: https://www.apprenticeshipindia.gov.in/login

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-UCIL-Trade-Apprentice-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ucil.gov.in/

Get real time updates directly on you device, subscribe now.