fbpx

UGCର ନୂଆ ଗାଇଡଲାଇନ୍ସ: Ph.D ପାଇଁ ମିଳିବ ସର୍ବାଧିକ ୬ ବର୍ଷ, ଅନଲାଇନ୍ କୋର୍ସ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପିଏଚଡି କୋର୍ସକୁ ନେଇ ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି । ପିଏଚଡି ଡିଗ୍ରୀ କୋର୍ସର ଅବଧି ଅତିକମରେ ୩ ବର୍ଷ ରହିବ । ପିଏଚଡି ଆଶାୟୀଙ୍କୁ ଆଡମିସନ ତାରିଖଠାରୁ ସର୍ବାଧିକ ୬ ବର୍ଷ ସମୟ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ରେଜିଷ୍ଟ୍ରେସନ ମାଧ୍ୟମରେ ସର୍ବାଧିକ ଆଉ ଦୁଇ ବର୍ଷର ସମୟ ଦିଆଯିବ । ୟୁଜିସି ଚେୟାରମ୍ୟାନ ଏମ. ଜଗଦୀଶ କୁମାର ଏନେଇ ସୂଚନା ଦେଇଛନ୍ତି ।

ୟୁଜିସିର ନୂଆ ନିୟମ ମୁତାବକ, ମେଧାବୀ ଛାତ୍ରଛାତ୍ରୀଙ୍କୁ କମ୍ ବୟସରୁ ପିଏଚଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ସୁଯୋଗ ମିଳିବ । ମହିଳାଙ୍କୁ ଦୁଇ ବର୍ଷର ଅତିରିକ୍ତ ରିହାତି ମିଳିବ । ଏଥିସହିତ ସେବାରତ କର୍ମଚାରୀ ବା ଶିକ୍ଷକ ପାର୍ଟଟାଇମ ପିଏଚଡି କରିପାରିବେ । ଯଦି କୌଣସି ପିଏଚଡି ରିସର୍ଚ୍ଚର ନିୟମ ଅନୁଯାୟୀ ରେଜିଷ୍ଟ୍ରେସନ କରନ୍ତି ତେବେ ତାଙ୍କୁ ସର୍ବାଧିକ ୨ ବର୍ଷର ଅତିରିକ୍ତ ସମୟ ମିଳିବ । ପିଏଚଡି କାର୍ଯ୍ୟକ୍ରମ ପୂରା କରିବାର ମୋଟ ସମୟ ପିଏଚଡି କାର୍ଯ୍ୟକ୍ରମର ପ୍ରବେଶ ତିଥିଠାରୁ ଆଠବର୍ଷରୁ ଅଧିକ ହୋଇ ନଥିବା ଜରୁରୀ । ମହିଳା ପିଏଚଡି ପ୍ରାର୍ଥୀ ଓ ଦିବ୍ୟାଙ୍ଗଙ୍କୁ ଦୁଇ ବର୍ଷର ଅତିରିକ୍ତ ରିହାତି ମିଳବ ।

ପୂର୍ବ ନିୟମ ମୁତାବକ, ସରକାରୀ ଚାକିରି କରୁଥିବା କର୍ମଚାରୀମାନେ ନିଜର ବିଭାଗରୁ ଅନୁମତି ନେଉଥିଲେ । ନୂଆ ନିୟମ ମୁତାବକ, କର୍ମଚାରୀ ବା ଶିକ୍ଷକମାନେ ପାର୍ଟଟାଇମ୍ ପିଏଚଡି କରିପାରିବେ । ଅନଲାଇନ ବା ଡିଷ୍ଟାନ୍ସ ଲର୍ଣ୍ଣିଂ ମାଧ୍ୟମରେ ପିଏଚଡି କରିପାରିବେ ନାହିଁ । ପୂର୍ବରୁ ଥେସିସ ଜମା କରିବା ପୂର୍ବରୁ ଅତିକମରେ ଦୁଇଟି ରିସର୍ଚ୍ଚ ପତ୍ର କୌଣସି ପତ୍ରିକାରେ ପ୍ରକାଶିତ କରିବାକୁ ପଡ଼ୁଥିଲା । ମାତ୍ର ନୂଆ ନିୟମ ଅନୁଯାୟୀ ଏହାକୁ ବାଦ୍ କରାଯାଇଛି । ରିସର୍ଚ୍ଚ ପ୍ରକ୍ରିୟା ସମୟରେ ଦୁଇ ରିସର୍ଚ୍ଚ ପେପର ପ୍ରକାଶିତ କରିବାର ବାଧ୍ୟତାମୂଳକତାକୁ ସମାପ୍ତ କରିଦିଆଯାଇଛି ।

Get real time updates directly on you device, subscribe now.