ଓଡ଼ିଶା ଭାସ୍କର: ଆଜି ଟ୍ରକ୍ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ପାଳନ କରାଯାଉଛି । ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି । କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନକୁ ଅଟକ ରଖି ପ୍ରତିବାଦ କରୁଥିବାର ଦେଖାଦେଇଛି । ଏହି ବନ୍ଦକୁ ୧୫ଟି ସଂଗଠନର ସମର୍ଥନ ରହିଛି । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ଦେକାନ, ବଜାର ବନ୍ଦ ରହିବା ସହ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି ।
କେନ୍ଦୁଝର ଶୁଆକାଠିରୁ ଗୁହାଳଡ଼ିହି ରେଲ ପ୍ରକଳ୍ପକୁ ବିରୋଧ କରି ଟ୍ରକ୍ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏହି ଟ୍ରେନ ଲାଇନ ଆରମ୍ଭ ହେଲେ ଜିଲ୍ଲାର ହଜାର ହଜାର ଟ୍ରକ୍ ଚଳାଚଳ ବନ୍ଦ ହୋଇଯିବ ବୋଲି ସଂଘ ଅଭିଯୋଗ କରିଛି । ଫଳରେ କେନ୍ଦୁଝରଗଡ଼- ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଦାବି ଉପରେ ତୁରନ୍ତ ବିଚାର କରି ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଂଘ କହିଛି ।