୧୧ ମହିଳାଙ୍କ ସମେତ ୨୪ ମାଓବାଦୀ କଲେ ଆତ୍ମସମର୍ପଣ, ସମସ୍ତଙ୍କ ନାମରେ ଥିଲା ୨୯ ଲକ୍ଷ ଟଙ୍କାର ପୁରସ୍କାର

୨୪ ମାଓବାଦୀ କଲେ ଆତ୍ମସମର୍ପଣ

ଛତିଶଗଡ଼: ଏକ ବଡ଼ ଖବର ସାମ୍ନାକୁ ଆସିଛି । ୨୪ ଜଣ ମାଓବାଦୀ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ପୂର୍ବ-ପଶ୍ଚିମ ବସ୍ତର ଡିଭିଜନର ମାଓବାଦୀ ସରେଣ୍ଡର କରିଛନ୍ତି । ଏହି ସମସ୍ତଙ୍କ ନାମରେ ଥିଲା ୨୯ ଲକ୍ଷ ଟଙ୍କାର ପୁରସ୍କାର ।

ଆତ୍ମସମର୍ପଣକାରୀ ନକ୍ସଲବାଦୀଙ୍କ ମଧ୍ୟରେ ୧୧ ଜଣ ମହିଳା ଅଛନ୍ତି ବୋଲି ଅଧିକାରୀ କହିଛନ୍ତି। ବିଜାପୁର ପୋଲିସ ଅଧୀକ୍ଷକ ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି ଯେ “ସେମାନେ ଅମାନବୀୟ ମାଓବାଦୀ ଚିନ୍ତାଧାରା ପ୍ରତି ନିରାଶା, ଅତିବାଦୀଙ୍କ ଦ୍ୱାରା ସ୍ଥାନୀୟ ଆଦିବାସୀଙ୍କ ଉପରେ ଅତ୍ୟାଚାର ଏବଂ ନିଷିଦ୍ଧ ସଂଗଠନ ମଧ୍ୟରେ ବଢ଼ୁଥିବା ମତଭେଦ ବିଷୟରେ ଉଲ୍ଲେଖ କରିଥିଲେ।

ସୁରକ୍ଷା ଶିବିର ଚାରିପାଖରେ ଥିବା ଦୂରଦୂରାନ୍ତ ଗାଁରେ ବିକାଶ କାର୍ଯ୍ୟକୁ ସହଜ କରିବା ପାଇଁ ରାଜ୍ୟ ସରକାରଙ୍କ ‘ନିଆଦ ନେଲାନାର’ (ତୁମର ଭଲ ଗାଁ) ଯୋଜନା ଦ୍ୱାରା ମଧ୍ୟ ସେମାନେ ପ୍ରଭାବିତ ହୋଇଛନ୍ତି।”