fbpx

୨୪ ରୋହିଙ୍ଗ୍ୟା ପ୍ରବାସୀଙ୍କୁ ଧରିଲା ପୋଲିସ: ଗ୍ରୁପରେ ସାମିଲ ଅଛନ୍ତି ୧୦ ଜଣ ଶିଶୁ

ନୂଆଦିଲ୍ଲୀ: ତ୍ରିପୁରାର ଉନାକୋଟି ଜିଲ୍ଲାରେ ୨୪ ଜଣ ରୋହିଙ୍ଗ୍ୟା ପ୍ରବାସୀମାନଙ୍କୁ ଅଟକ ରଖିଛି ପୋଲିସ । ଗୁପ୍ତ ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଚେକିଂ ସମୟରେ ୩ଟି ଗାଡିକୁ ଅଟକାଇଥିଲା ବିଏସଏଫ । ସନ୍ଦେହ ହେବାରୁ ସମସ୍ତ ରୋହିଙ୍ଗ୍ୟା ପ୍ରବାସୀମାନଙ୍କୁ ଅଟକ ରଖାଯାଇଥିବା କହିଛନ୍ତି ପୋଲିସ ଅଧୀକ୍ଷକ କିଶୋର ଦେବବର୍ମା । ତେବେ ଏହି ସମୟରେ ୩ ଜଣ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ମିଳିଥିବା ଶରଣାର୍ଥୀ କାର୍ଡ ଦେଖାଇଥିଲେ । ତେବେ ଏମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ ସାମିଲ ଥିବା କହିଛନ୍ତି ପୋଲିସ ଅଦୀକ୍ଷକ ।

ଏଠଶରେ ତାଙ୍କ ନାମରେ କୌଣସି ମାମଲା ନଥିବା ବେଳେ ସେମାନଙ୍କ ନିକଟରେ ସଂଯୁକ୍ତ ରାଷ୍ଟ୍ରର ଶରଣାର୍ଥୀ କାର୍ଡ ମଧ୍ୟ ରହିଛି । ତେଣୁ ସେମାନଙ୍କୁ ନିର୍ଦ୍ଦେଶାବଳୀ ଅନୁସାରେ ଛାଡି ଦିଆଯିବ ବୋଲି କହିଛନ୍ତି ପୋଲିସ ଅଧୀକ୍ଷକ କିଶୋର ଦେବବର୍ମା । ତେବେ ସେମାନେ କୁଆଡେ ଯିବେ? ଏ ନେଇ ପ୍ରଶ୍ନ କରିବାରୁ ସେମାନଙ୍କ ନିକଟରୁ କୌଣସି ଉତ୍ତର ମିଳିନାହିଁ ।

Get real time updates directly on you device, subscribe now.