ଭାଙ୍ଗିଗିଲା ବନ୍ଧ, ପାଣିର ସୁଅରେ ଭାସିଗଲା ୨୪ଟି ଗାଁ: ବିପଦରେ ୪୨,୦୦୦ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ପ୍ରକୃତି ଏବେ ବିଭିନ୍ନ ସ୍ଥାନରେ ପ୍ରଳୟର ତାଣ୍ଡବଲୀଳା ଦେଖାଉଛି । ଲଗାତାର ବାତ୍ୟା, ସୁନାମୀ ଯୋଗୁଁ ଅନେକ କ୍ଷୟକ୍ଷତି ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏବେ ସେହିଭଳି ଏ ବିରାଟ ସୁନାମି ୟୁକ୍ରେନର କିଛିଟା ଅଞ୍ଚଳ ପାଇଁ ବିପଦ ପାଲଟି ଯାଇଛି । ଏଠାକାର ୨୪ଟି ଗାଁ ପାଣି ଭିତରେ ବୁଡି ଯାଇଥିବା ବେଳେ ପ୍ରାୟ ୪୨ ହଜାର ଲୋକ ଏଭଳି ପରିସ୍ଥିତିରେ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ଏ ସମସ୍ତଙ୍କ ଜୀବନ ବିପଦରେ ରହିଛି ।

ୟୁକ୍ରେନରେ ଗୋଟିଏ ପଟେ ଋଷ ଆକ୍ରମଣର ବିପଦ ଘାରିଥିବା ବେଳେ ଅନ୍ୟ ପକ୍ଷେ ସୁନାମି ଦେଶର ବିଭିନ୍ନ ଅଞ୍ଚଳକୁ ଜଳମଗ୍ନ କରି ଦେଇଛି । ସହରର ନୋଆ କଖୋକ୍କା ବନ୍ଧ ଭାଙ୍ଗିଯିବାରୁ ୟୁକ୍ରେନର ୨୪ଟି ଗାଁ ଏବେ ଜଳମଗ୍ନ ହେଇ ରହିଛି । ଏହାବ୍ୟତୀତ ପ୍ରାୟ ୪୨ ହଜାର ଲୋକ ଏଥିପାଇଁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଅନୁମାନ କରାଯାଉଛି । ତେବେ ଏହା ଆଜି ଆହଚରି ଭୟଙ୍କର ହେବାର ଆଶଙ୍କା ରହିଛି । ତେଣୁ ଲୋକମାନଙ୍କୁ ଏଠାରୁ ଉଦ୍ଧାର କରିବା ପାଇଁ ଅପରେସନ୍ ଆରମ୍ଭ ହୋଇଯାଇଛି । ଏମାନଙ୍କୁ ସୁରକ୍ଷିତ ସ୍ତାନକୁ ସ୍ଥାନାନ୍ତର କରିବା ପାଇଁ ୫୩ଟି ବସ୍ ନିୟୋଜିତ କରାଯାଇଛି । ୟୁକ୍ରେନ ଅଧିକାରୀ ପ୍ରାୟ ୧୭,୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରୁଥିବା ଜାଣିବାକୁ ମିଳିଛି । ଆନ୍ତରିକ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଏଠାକାର ୨୪ଟି ଗାଁ ବର୍ତ୍ତମାନ ସୁନାମୀ ଯୋଗୁଁ ଜଳମଗ୍ନ ହୋଇ ରହିଛି । ଏହି ସୁନାମୀ ଖୁବଶୀଘ୍ର ୧୦୦ଟି ଗାଁକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ, ଋଷ କବଜା କରିଥିବା ଏକ ଦକ୍ଷିଣ ୟୁକ୍ରେନର ଡ୍ୟାମ ଉପରେ ଆକ୍ରମଣ ହେତୁ ବନ୍ଧ ଭାଙ୍ଗିବ ସହ ଏହି ଗାଁଗୁଡିକରେ ପାଣି ଭର୍ତ୍ତି ହୋଇଯାଇଛି ଏବଂ ପ୍ରାୟ ୧୭୦୦୦ ଲୋକଙ୍କୁ ଏଠାରୁ ସ୍ଥାନାନ୍ତର କରାଯାଇଛି । ଋଷ ଏଥିପାଇଁ ୟୁକ୍ରେନକୁ ଦୋଷ ଦେଉଥିବା ବେଳେ କିଭ ଏଥିପାଇଁ ଋଷ ସେନାକୁ ଦାୟୀ କରୁଛି ।