fbpx

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ସଜାଗ ହେଉଛି ଓଡିଶା ପୋଲିସ: ମୁତୟନ ହେବେ ୨୪୦ ପୋଲିସ ଫୋର୍ସ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଓଡିଶା ପୋଲିସ । ଆସନ୍ତାକାଲିର ମତଦାନ ପାଇଁ ରାଜ୍ୟରେ ମୁତୟନ ହୋଇଛନ୍ତି ମୋଟ ୨୪୦ ପ୍ଲାଟୁନ ପୋଲିସ ଫୋର୍ସ । ଶାନ୍ତି ଶୃଙ୍ଖଳାରେ ମତଦାନ ଶେଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କରାଯାଉଛି କଡାକଡି । ଏଥିସହ ୧୭୫୩ ପେଟ୍ରୋଲିଂ ପାର୍ଟିକୁ ମଧ୍ୟ ସଜାଗ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତାକାଲି ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ । ସେଥିପାଇଁ ରାଜ୍ୟବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିଆଯାଇଛି ପଦକ୍ଷେପ । କାଲିର ମତଦାନ ସମୟରେ ୨୪୦ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୧୭୫୩ ମୋବାଇଲ ପେଟ୍ରୋଲିଂ ପାର୍ଟିଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୨୦ ହଜାର ୪୩୫ଟି ବୁଥରେ ମତଦାନ କରାଯିବ । କୌଣସି ସ୍ଥାନରେ ବିଶୃଙ୍ଖଳା ନହେବା ପାଇଁ ଓଡିଶା ପୋଲିସ ସଜାଗ ହୋଇଛି । ଶାନ୍ତି ଶୃଙ୍ଖଳାରେ ଯେପରି ମତଦାନ ଶେଷ ହେବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ ବିଭାଗ ।

Get real time updates directly on you device, subscribe now.