fbpx

ରାଜଧାନୀରେ ଚିହ୍ନଟ ହେଲେ ୨୪୭ ନୂଆ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ୨୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟର ଦ୍ରେନିକ ସଂକ୍ରମଣ ୩.୪୭କୁ ବୃଦ୍ଧି ପାଇଛି । ତେବେ ଖୁସିର କଥା ଏହାଯେ, ଗତ ୨୪ ଘଣ୍ଟାରେ କୋଭିଡ ଜନିତ କୌଣସି ମୃତ୍ୟୁ ରେକର୍ଡ କରାଯାଇ ନାହିଁ । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ନୂଆ କରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ସହିତ ଦିଲ୍ଳୀରେ ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ୮ହଜାର ୯୭୭ରେ ପହଞ୍ଚିଛି । ତେବ ମୃତ୍ୟୁସଂଖ୍ୟା ୨୬ ହଜାର ୨୧୨ରେ ରହିଛି । ଗତ ରବିବାର ୧.୯୧ ପ୍ରତିଶତ ସଂକ୍ରମଣ ହାର ସହିତ ୩୪୩ ମାମଲା ରେକର୍ଡ କରାଯାଇଥିଲା । ତେବେ ରାଜ୍ୟରେ ଏବେ ଚିକିତ୍ସାଦୀନ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୪୯କୁ ଖସି ଆସିଛି ।

ଦେଶରେ ଗୋଟିଏ ଦିନରେ ୪,୫୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ କୋଟି ୩୧ ଲକ୍ଷ ୮୧ ହଜାର ୩୩୫କୁ ବୃଦ୍ଧି ପାଇଛି । ତେବେ ୨୫ହଜାର ୭୮୨ରେ ପହଞ୍ଚିଛି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ।

Get real time updates directly on you device, subscribe now.