fbpx

୨୫୦ କେଜି କାଗଜରେ ନିର୍ମାଣ ହୋଇଛି ଗଣେଶଙ୍କ ମୂର୍ତ୍ତି, ମୂର୍ତ୍ତିର ନାମ ହେଉଛି ଏଲିଫିଷ୍ଟୋନ ରାଜା

ମୁମ୍ବାଇ : ମୁମ୍ବାରେ ଏବେ ଧୁମଧାମରେ ଚାଲିଛି ଗଣେଷ ପୂଜା । ଏହି ବର୍ଷ ଗଣେଶ ପୂଜାରେ ଅଧିକ ଇକୋ ଫ୍ରେଣ୍ଡଲି ଗଣେଶ ଦେଖିବାକୁ ମିଳୁଛି । ଅନେକ ଲୋକ ଇକୋଫ୍ରେଣ୍ଡଲି ମୂର୍ତ୍ତି ଘରକୁ ଆଣି ମଧ୍ୟ ପୂଜା କରୁଛନ୍ତି । ଏହାର ପ୍ରଭାବ ବିଭିନ୍ନ ପୂଜା କମିଟିରେ ମଧ୍ୟ ଦେଖିବାକୁ ମିଳୁଛି । ଏଥର ଚର୍ଚ୍ଚରେ ଅଛି ଏଲିଫିଷ୍ଟୋନ ରାଜା ମୂର୍ତ୍ତି । ଏହି ମୂର୍ତ୍ତିକୁ ୨୦୦ରୁ୨୫୦ କେଜି କାଗଜରେ ନିର୍ମାଣ କରାଯାଇଛି । ୧୮ ଫୁଟ ଏହି ମୂର୍ତ୍ତି ନିର୍ମାଣ କରିବାକୁ ୩ ମାସ ସମୟ ଲାଗିଥିଲା । ଏଥିରେ ଗଣେଶ ଭଗବାନ କୃଷ୍ଣଙ୍କ ଅବତାରରେ ଦେଖିବାକୁ ମିଳିଥିଲେ ।

ଏଥିରେ ନାଗ ଉପରେ ଠିଆ ହୋଇଛନ୍ତି ଗଣେଶ ଭଗବାନ । ଏହାର ମୋଟ ଉଚ୍ଚତା ୨୨ ଫୁଟ । ଏହି ମୂର୍ତ୍ତି ସମ୍ପୂର୍ଣ୍ଣ ଇକୋ ଫ୍ରେଣ୍ଡଲି । ଏହି ମୂର୍ତ୍ତି ମଣ୍ଡପରେ ୧୧ ଦିନ ପର୍ଯ୍ୟନ୍ତ ରହିବେ । ଏହି ବଡ ମୂର୍ତ୍ତି ସହିତ ଏକ ଛୋଟ ମୂର୍ତ୍ତି ମଧ୍ୟ ରଖା ଯାଇଛି ଯେଉଁଥିରେ ପ୍ରାଣ ପ୍ରତିଷ୍ଠା ମଧ୍ୟ କରାଯାଇଛି । ଏହି ମଣ୍ଡପର କାର୍ଯ୍ୟକର୍ତ୍ତା କହିଛନ୍ତି ମୂର୍ତ୍ତିକୁ ପ୍ରତି ବର୍ଷ ଗିରଗାୱ ଚଉପଟ୍ଟିରେ ବିସର୍ଜନ କରାଯାଏ ଏବଂ ଏହା କାଗଜ ଦ୍ୱାରା ନିର୍ମାଣ ହୋଇଥିବାରୁ ଏହା ପାଣିରେ ସହଜରେ ମିଶିଯାଏ । ତେବେ ଏହି ପେପର ଗଣେଶ ଏଠାରେ ୩ ବର୍ଷ ହେବ ନିର୍ମାଣ ହେଉଛି ।

 

କୋଭିଡ ପରଠାରୁ ଏହା ନିର୍ମାଣ ହୋଇ ଆସୁଛି । ତେବେ ଏହି ଗଣେଶ କରିବାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ପରିବେଶ ସମ୍ପର୍କରେ ସତର୍କ କରାଇବା । କାରଣ ଲୋକମାନେ ଏବେ ବି ବାହାରେ ପଲିଥିନ, ପ୍ଲାଷ୍ଟିକ ସବୁ ବାହାରେ ଫିଙ୍ଗୁ ଛନ୍ତି ଯାହା ଆମ ପରିବେଶ ପାଇଁ ଠିକ ନୁହେଁ । ଲୋକଙ୍କୁ ସଚେତନ କରିବା ପାଇଁ ଏହା କରାଯାଉଛି ବୋଲି ମଣ୍ଡପ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.