fbpx
BSKY SKY
BSKY SKY

(Video) ଗଣେଶ ଚତୁର୍ଥୀରେ ନାଚୁଥିବା ଅବସ୍ଥାରେ ଯୁବକଙ୍କ ମୃତ୍ୟୁ: ଭିଡିଓ ଦେଖି ଲୋକଙ୍କର ଉଡ଼ିଲା ହୋସ୍

BSKY

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଧର୍ମାଭରମରେ ଗଣେଶ ଚତୁର୍ଥୀ ଉତ୍ସବରେ ଜଣେ ଯୁବକ ଏତେ ନାଚିଲେ ଯେ, ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ହୋଇଗଲା । ଟ୍ୱିଟରରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ୨୬ ବର୍ଷ ବୟସ୍କ ଯୁବକଙ୍କୁ ଦେଖିବାକୁ ମିଳିଛି ।

ଏହି ଯୁବକଙ୍କ ନାମ ପ୍ରସାଦ ବୋଲି କୁହାଯାଉଛି । ଯୁବକ ଜଣକ ନାଚିବାବେଳେ ପଛକୁ ଯିବା ସହ ଧଡ଼ଧାଡ଼ ହୋଇ ତଳକୁ ପଡ଼ିଯାଇଥିଲେ । ଏହି ଘଟଣା ବୁଧବାର ରାତିରେ ଘଟିଥିବା କୁହାଯାଉଛି । ଉକ୍ତ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଲୋକମାନେ କରୋନା ଟିକାକୁ ମଧ୍ୟ ଦାୟୀ କରିଛନ୍ତି :-

ଏହି ପୋଷ୍ଟ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ଲୋକମାନେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ନିଜ ନିଜର କାରଣ ଦର୍ଶାଉଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ଅତ୍ୟଧିକ ମଦ୍ୟପାନ ଏବଂ ଭୁଲ ଖାଦ୍ୟପେୟ ପରେ ଶରୀରକୁ ଅତ୍ୟଧିକ ଚାପରେ ରଖିବା ଦ୍ୱାରା ହାର୍ଟ ଆଟାକ୍ ହୋଇପାରେ । ଏପରିକି ସିନେମାଗୁଡ଼ିକରେ ମଧ୍ୟ ପର୍ବପର୍ବାଣିରେ ମଦ୍ୟପାନର ପ୍ରଥା ପ୍ରଚାର କରାଯାଏ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଡିଜେ ସାଉଣ୍ଡ ହେତୁ ଏହି ସବୁ ଘଟିଛି । କରୋନା ଟିକା ଦେବା ପରେ କିଛି ପ୍ରଭାବ ପରେ ଲୋକଙ୍କଠାରେ ଦେଖାଯାଉଛି । ସର୍ବସାଧାରଣ ସ୍ଥାନରେ ତୀବ୍ର ଡିଜେ ଧ୍ୱନି ବନ୍ଦ କରାଯିବା ଉଚିତ୍ ।

ଏହା ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଦେଖିବାକୁ ମିଳିଥିଲା କି ଟ୍ରେଡମିଲରେ ଦୌଡ଼ୁଥିବା ବେଳେ ହାର୍ଟ ଆଟାକ୍ କାରଣରୁ ୧ ବର୍ଷୀୟ ଜଣେ ଯୁବକର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.