fbpx

୨୬ ବର୍ଷୀୟ ଯୁବକଙ୍କ କମାଲ, Youtube ରେ ସବୁଠାରୁ ଅଧିକ ଫଲୋୟର୍ସ, ଟି-ସିରିଜ୍‌କୁ ପଛରେ ପକାଇଲେ

ନୂଆଦିଲ୍ଲୀ: Youtube ରେ ସବୁଠାରୁ ଅଧିକ ଫଲୋୟର୍ସ/ସବସ୍କ୍ରାଇବର ମାମଲାରେ ଜଣେ ୨୬ ବର୍ଷୀୟ ଯୁବକ ସମସ୍ତଙ୍କୁ ଟପି ଯାଇଛନ୍ତି । ସେ ଭାରତୀୟ ମ୍ୟୁଜିକ୍ କମ୍ପାନୀ ଟି-ସିରିଜ୍‌କୁ ପଛରେ ପକାଇ ଦେଇଛନ୍ତି । ଏହି ଅବସରରେ ସେ ଏକ୍ସରେ ଏକ ପୋଷ୍ଟ ବି କରିଛନ୍ତି ଓ ନିଜ ଉପଲବ୍ଧି ସେୟାର କରିଛନ୍ତି ।
ଏହି Youtube ଚ୍ୟାନେଲର ନାମ MrBeast  ଅଟେ ଯାହାକୁ ଜିମି ଡୋନାଲ୍ଡସନ୍ ପରିଚାଳନା କରନ୍ତି । ଏହାର ଏବେ ୨୬୭ ମିଲିୟନ ସବସ୍କ୍ରାଇବର ହୋଇଯାଇଛନ୍ତି । ଅନ୍ୟପକ୍ଷରେ ଟି ସିରିଜ୍‌ର ସବସ୍କ୍ରାଇବର ୨୬୬ ମିଲିୟନ ରହିଛନ୍ତି ।

MrBeast ଚ୍ୟାନେଲ ଲଗାତର Youtube ରେ ନଂ ୧ରେ ରହିବା ପାଇଁ ଚେଷ୍ଟା ଜାରି ରଖିଥିଲା । ଏହି ଚ୍ୟାନେଲରେ ଆପଣଙ୍କୁ ଅଲଗା ଅଲଗା ପ୍ରକାରର କଣ୍ଟେଣ୍ଟ ଦେଖିବାକୁ ମିଳିଥାଏ । ତେବେ MrBeast  ଓ ଟି-ସିରିଜ୍ ମଧ୍ୟରେ ପ୍ରତିଦ୍ୱ୍ୱନ୍ଦ୍ୱିିତାର ଆରମ୍ଭ ଗତ ମାସରେ ହୋଇଥିଲା ଯେତେବେଳେ MrBeast, ଟି ସିରିଜ୍ ସିଇଓଙ୍କୁ ବକ୍ସିଂ ମ୍ୟାଚ୍ ଲାଗି ଆହ୍ୱାନ କରିଥିଲେ । ଏହି ସମୟରେ MrBeast ର ସବସ୍କ୍ରାଇବର ସଂଖ୍ୟା ୨୫୮ମିଲିୟନ ଥିଲା ଓ ଟି ସିରିଜ୍ ସବସ୍କ୍ରାଇବର ସଂଖ୍ୟା ୨୬୫ ମିଲିୟନ ଥିଲା । ଏମାନଙ୍କ ମଧ୍ୟରେ ୬.୬୮ମିଲିୟନ ସବସ୍କ୍ରାଇବର ଫରକ ଥିଲା । ଏବେ ୨ ସପ୍ତାହରେ MrBeast ଚ୍ୟାନେଲରେ ସବସ୍କ୍ରାଇବରଙ୍କ ସଂଖ୍ୟା ଟି-ସିରିଜ୍‌କୁ ଟପିଯାଇଛି ।

Get real time updates directly on you device, subscribe now.