fbpx

OSSSC ପକ୍ଷରୁ ସୂଚନା: ୨୬୨୯ ଜିଲ୍ଲା କ୍ୟାଡର ଶିକ୍ଷକ ଆବେଦନ ତାରିଖ ପୁଣି ଘୁଞ୍ଚିଲା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲା କ୍ୟାଡରରେ ନିଯୁକ୍ତି ପାଇବାକୁ ଥିବା ୨୬୨୯ଟି ଶିକ୍ଷକ ପଦର ଅନଲାଇନ୍ ଆପ୍ଲିକେସନକୁ ନେଇ ଆସିଛି ଏକ ବଡ଼ ଖବର । ଅନଲାଇନ୍ ଆବେଦନ ପାଇଁ ପୂର୍ବରୁ ଦୁଇଥର ଅନଲାଇନ୍ ରେଜିଷ୍ଟ୍ରେସନ ତାରିଖ ପରିବର୍ତ୍ତନ ହୋଇଥିବା ବେଳେ ଏବେ ତୃତୀୟ ଥର ପାଇଁ ପୁଣି ଥରେ ବଦଳିଛି । ପ୍ରଥମେ ଏପ୍ରିଲ ୧ରୁ ଆବେଦନ ଆରମ୍ଭ ହେବାର ଥିଲା । ମାତ୍ର ପରେ ମେ ପହିଲାକୁ ଘଞ୍ଚାଇ ଦିଆଯାଇଥିଲା । ତା’ପରେ ଏବେ ଅନଲାଇନ୍ ପଞ୍ଜିକରଣ ଜୁଲାଇ ପହିଲାକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ତାହା ଜୁଲାଇ ୨୫ରେ ସରିବ । ସେହିପରି ପ୍ରାର୍ଥୀମାନେ ଜୁଲାଇ ୩୧ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ସବମିସନ୍ କରିପାରିବେ । ଏନେଇ ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ସୂନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବିଭାଗ ଅଧିନରେ ସରକାରୀ ସ୍କୁଲମାନଙ୍କରେ ବିଭିନ୍ନ ବର୍ଗରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଟିଜିଟି (କଳା), ଟିଜିଟି (ବିଜ୍ଞାନ-ପିସିଏମ), ଟିଜିଟି (ବିଜ୍ଞାନ-ସିବିଜେଡ), ସଂସ୍କୃତ, ହିନ୍ଦି, ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି), ଜନଜାତି ଭାଷା ଶିକ୍ଷକ ଓ ସେବକ/ ସେବିକାଙ୍କୁ ନିଯୁକ୍ତି ଦିଆଯିବ ।

ଲିଙ୍କ: https://osssc.gov.in/Docs/TGT-Application-ADV-633.pdf

Get real time updates directly on you device, subscribe now.