fbpx

ରାଜସ୍ଥାନରେ ବନ୍ଦ ହେଲା ୨୭୩ ପେଟ୍ରୋଲ ପମ୍ପ, ଚିନ୍ତାରେ କର୍ମଚାରୀ

ଜୟପୁର: ପେଟ୍ରୋଲ ଓ ଡିଜେଲ ରାଜସ୍ଥାନରେ ସବୁଠାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି । ଦେଶରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ହେବାର ଅନେକ ପୂର୍ବରୁ ଶ୍ରୀଗଙ୍ଗାନଗରରେ ଦର ରେକର୍ଡ ଭାଙ୍ଗିଥିଲା । ଉଚ୍ଚ ଦର ଯୋଗୁ କାରବାର ନଥିବାରୁ ରାଜସ୍ଥାନରେ ଅନେକ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି । ନିକଟରେ କେନ୍ଦ୍ର ସରକାର ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ କରି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି । ଏଥିରେ ବିଭିନ୍ନ ରାଜ୍ୟ ଭାଟ୍‌ ଶୁଳ୍କ ହ୍ରାସ କରି ଦରକୁ ନିୟନ୍ତ୍ରିତ କରିଛନ୍ତି । ହେଲେ ରାଜସ୍ଥାନରେ ୨୭୩ ପେଟ୍ରୋଲ ପମ୍ପ ବନ୍ଦ ହେବା ପରେବି ଅଶୋକ ଗେହଲୋଟ ସରକାର ଭାଟ ହ୍ରାସ କରୁ ନାହାନ୍ତି । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଏବେ ବି ପେଟ୍ରୋଲ ୧୧୬ଟଙ୍କା ୩୫ ପଇସା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ରାଜ୍ୟ ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତି ସୁନୀତ ବଗଇ ଓ ସାଧାରଣ ସମ୍ପାଦକ ରାଜେନ୍ଦ୍ର ସିଂହ ଭଟ୍ଟି ରାଜସ୍ଥାନରେ ପେଟ୍ରୋଲ ଓ ଡିଜେଲ ସବୁଠୁ ମହଙ୍ଗା ବୋଲି କହିଛନ୍ତି ।

Get real time updates directly on you device, subscribe now.