fbpx

୨୮.୮ କୋଟି EPFO ପେନସନଧାରୀଙ୍କ ଆକାଉଣ୍ଟର ଡାଟା ଲିକ୍, ଥରେ ଚେକ୍ କରିନେବା ଭଲ

ନୂଆଦିଲ୍ଲୀ: ଯଦି ଆପଣ ଭାରତର ସରକାରଙ୍କ କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପେନସନ ସ୍କିମର ଲାଭ ନେଉଛନ୍ତି, ତେବେ ଆପଣଙ୍କୁ ଏହି ଖବର ଝଟକା ଦେଇପାରେ । ଇପିଏଫଓ ପେନସନ ସ୍କ୍ରିମର ୨୮.୮ କୋଟି ଖାତାଧାରୀଙ୍କ ଡାଟା ଲିକ୍ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ୟୁକ୍ରେନର ସାଇବର ସୁରକ୍ଷା ଗବେଷକ ଓ ପତ୍ରକାର ଏପରି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ତେଣୁ ଖାତାଧାରୀମାନେ ଖୁବଶୀଘ୍ର ଏନେଇ ଚେକ୍ କରିନେବା ଠିକ୍ ହେବ ।

ରିପୋର୍ଟ ମୁତାବକ, ୟୁନିଭରସାଲ ଆକାଉଣ୍ଟ ନମ୍ବର (ୟୁଏଏନ) ଡାଟା ସହ ଦୁଇଟି ଭିନ୍ନ ଭିନ୍ନ ଆଇପିକୁ ଚିହ୍ନଟ କରାଯାଇଛି । ଆଇପି ଆଡ୍ରେସ ଏକ ୟୁନିକ ଆଡ୍ରେସ ହୋଇଥାଏ । ଏହା ଇଣ୍ଟରନେଟ ବା ଲୋକାଲ ନେଟୱାର୍କରେ ଯେ କୌଣସି ଡିଭାଇସକୁ ଚିହ୍ନଟ କରିଥାଏ । ୟୁଏଏନ ଭାରତ ସରକାରଙ୍କ ରେଜିଷ୍ଟ୍ରିର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ ।

ୟୁଏଏନ ଇପିଏଫଓ ଦ୍ୱାରା ଆବଣ୍ଟିତ କରାଯାଇଥାଏ । ପ୍ରତ୍ୟେକ ରେକର୍ଡରେ ପର୍ସନାଲ ଡାଟା ରହିଥାଏ, ଯେଉଁଥିରେ କି ବୈବାହିକ ସ୍ଥିତି, ଲିଙ୍ଗ ଓ ଜନ୍ମତିଥି, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ରୋଜଗାର ସ୍ଥିତି ସହ ଅନ୍ୟ ତଥ୍ୟ ସାମିଲ ରହିଥାଏ । ପତ୍ରକାରଙ୍କ ଅନୁଯାୟୀ, ଗୋଟିଏ ଆଇପି ଆଡ୍ରେସ ଅଧୀନରେ ୨୮.୮ ରେକର୍ଡ ଉପଲବ୍ଧ ଥିଲା । ସେହିପରି ଅନ୍ୟ ଆଇପି ଆଡ୍ରେସରେ ପାଖାପାଖି ୮୪ ଲକ୍ଷ ଡାଟା ରେକର୍ଡ ସାର୍ବଜନିକ ଭାବେ ସାମ୍ନାକୁ ଆସିଛି । ଦୁଇଟିଯାକ ଆଇପି ଆଡ୍ରେସରେ ଭାରତ ସମ୍ବନ୍ଧୀୟ କିଛି ତଥ୍ୟ ଥିଲା । ରିଭର୍ସ ଡିଏନଏସ ଆନାଲିସିସ ମାଧ୍ୟମରେ ଅନ୍ୟ କୌଣସି ତଥ୍ର ପ୍ରାପ୍ତ ହୋଇ ନାହିଁ ।

Get real time updates directly on you device, subscribe now.