fbpx

ସାଂଘାତିକ ରୂପ ନେଉଛି କରୋନା: ଦିନକରେ ୨୮ ଜଣଙ୍କ ମୃତ୍ୟୁ, ୧୧ ହଜାରରୁ ଅଧିକ ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ମହାମାରୀ ପୁଣିଥରେ ଆତଙ୍କ ଖେଳାଇବା ଆରମ୍ଭ କରିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସହ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଉଛି । ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ଭିତରେ ମୋଟ ୧୧ ହଜାର ୬୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କରୋନାର ନୂଆ ଭାଇରସ ରୋଗୀଙ୍କ ଜୀବନ ପାଇଁ ମଧ୍ୟ ବଡ ବିପଦ ପାଲଟିଛି । ଏହି ଦିନକରେ ୨୮ ଜଣଙ୍କୁ ଶିକାର କରିଛି ମହାମାରୀ । ହୁ ହୁ ହୋଇ ବଢୁତିବା ଏହି ସଂକ୍ରମଣକୁ ଦେଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଚିନ୍ତାରେ ପଡି ଯାଇଛି । ଗୋଟିଏ ଦିନରେ ପ୍ରାଣ ହରାଇଥିବା ୨୮ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ହିଁ ୯ ଜଣ ଥିବା ସୂଚନା ମିଳିଛି । ତେବେ ଶୁକ୍ରବାରର ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୬,୧୭୦ରେ ପହଞ୍ଚିଛି । ଦୈନିକ ଟେଷ୍ଟ ୨ ଲକ୍ଷରୁ ଅଧିକ ରହୁଥିବା ବେଳେ ସଂକ୍ରମଣ ହାର ୫.୦୯ ପ୍ରତିଶତ ହୋଇଛି । ସାପ୍ତାହିକ ସଂକ୍ରମଣ ହାର ମଧ୍ୟ ବୃଦ୍ଧି ପାଇ ୫.୩୩ପ୍ରତିଶତରେ ପହଞ୍ଚିଥିବା ବେଳେ ସୁସ୍ଥ ହାର ୯୮.୬୭ ରେ ରହିଛି ।

Get real time updates directly on you device, subscribe now.