ନୂଆଦିଲ୍ଲୀ: ପ୍ୟାରିସରେ ଶେଷ ହୋଇଛି ପାରା-ଅଲିମ୍ପିକ୍ସ ୨୦୨୪ । ଭାରତ ଏହି ଇଭେଣ୍ଟରେ ମୋଟ ୨୯ଟି ପଦକ ହାସଲ କରିବାରେ ସଫଳ ହୋଇଛି । ଆଜି ଇଭେଣ୍ଟରେ ସ୍ପ୍ରିଣ୍ଟର ପୂଜା ଓଝା ଏକମାତ୍ର ଭାରତୀୟ ଆଥଲେଟ୍ ଭାବରେ ମଇଦାନ ଓହ୍ଲାଇଥିଲେ । ମହିଳା କାୟକ ସିଙ୍ଗଲ ୨୦୦ ମିଟର କେ.ଏଲ୧ ସ୍ପ୍ରିଣ୍ଟ କାନଇଙ୍ଗ ଇଭେଣ୍ଟରେ ସେ ଭାରତ ପାଇଁ ରେସରେ ସାମିଲ ହୋଇଥିଲେ । କିନ୍ତୁ ପୂଜା ଏହି ଇଭେଣ୍ଟରେ କୌଣସି ପଦକ ହାସଲ କରିବାରେ ସେ ଫେଲ୍ ହୋଇଛନ୍ତି । ଫଳରେ ପ୍ୟାରିସ ପାରା-ଅଲିମ୍ପିକ୍ସରେ ଭାରତର ୩୦ ପଦକ ବିଜୟ ଆଶା ଭାଙ୍ଗିଯାଇଛି । କିନ୍ତୁ ଚଳିତ ବର୍ଷ ଟୋକ୍ୟୋ ଗେମ୍ସର ୧୯ ମେଡାଲ ରେକର୍ଡକୁ ପଛରେ ପକାଇବାରେ ସଫଳ ହୋଇଛନ୍ତି ଭାରତର ଷ୍ଟାର ଆଥଲେଟ୍ ।
ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ୭ଟି ସ୍ୱର୍ଣ୍ଣ ପଦକ ସହିତ ୯ଟି ରୌପ୍ୟ ଏବଂ ୧୩ଟି କାଂସ୍ୟ ପଦକ ବିଜୟୀ ହୋଇଛି । ଭାରତ ପାଇଁ ଇଭେଣ୍ଟର ଶେଷ ପଦକ ଭାବରେ ଶନିବାର ରାତିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନବଦୀପ ସିଂହ । ପୁରୁଷ ଜାଭେଲିନ୍ ଏଫ୪୧ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଭାରତ ପାଇଁ କେଉଁ ଆଥଲେଟ୍ କେଉଁ ପଦକ ହାସଲ କରିଛନ୍ତି ।
ସ୍ୱର୍ଣ୍ଣ ପଦକ:
- ଅବନୀ ଲେଖାରା– ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗ ଏସଏଚ୧ (ଶୁଟିଙ୍ଗ)
- ନୀତେଶ କୁମାର– ପୁରୁଷ ସିଙ୍ଗଲ୍ସ ଏସଏଲ୩ (ବ୍ୟାଡମିଣ୍ଟନ୍)
- ସୁମିତ ଅନ୍ତିଲ– ପୁରୁଷ ଜାଭେଲିନ୍ ଥ୍ରୋ ଏଫ୬୪ (ଆଥଲେଟିକ୍ସ)
- ହରବିନ୍ଦର ସିଂହ– ପୁରୁଷ ଇଣ୍ଡିଭିଜୁଆଲ ରକର୍ଭ (ତୀରନ୍ଦାଜ)
- ପ୍ରବୀନ କୁମାର– ଟି୬୪ ହାଇ ଜମ୍ପ (ଆଥଲେଟିକ୍ସ)
- ଧରମବୀର– ପୁରୁଷ କ୍ଲବ ଥ୍ରୋ ୫୧ (ଆଥଲେଟିକ୍ସ)
- ନବଦୀପ ସିଂହ– ପୁରୁଷ ଜାଭେଲିନ୍ ଏଫ୪୧(ଆଥଲେଟିକ୍ସ)
ରୌପ୍ୟ ପଦକ:
- ମନୀଷ ନରୱାଲ– ପୁରୁଷ ୧୦ ମିଟର ଏୟାର ପିସ୍ତଲ ଏସଏଚ୧ (ଶୁଟିଙ୍ଗ)
- ନିଶାଦ କୁମାର– ପୁରୁଷ ହାଇ ଜମ୍ପ ଟି୪୭ (ଆଥଲେଟିକ୍ସ)
- ଯୋଗେଶ କଥୁନିୟା– ପୁରୁଷ ଡିସକସ ଥ୍ରୋ ଏଫ୫୬ (ଆଥଲେଟିକ୍ସ)
- ତୁଳସୀମତି ମୁରୁଗେସନ୍– ମହିଳା ସିଙ୍ଗଲ୍ସ ଏସୟୁ୫ (ବ୍ୟାଡମିଣ୍ଟନ୍)
- ସୁହାସ ୟଥିରାଜ– ପୁରୁଷ ସିଙ୍ଗଲ୍ସ ଏସଏଲ୪ (ବ୍ୟାଡମିଣ୍ଟନ୍)
- ଅଜିତ ସିଂହ– ପୁରୁଷ ଜାଭେଲିନ୍ ଥ୍ରୋଏଫ୪୬ (ଆଥଲେଟିକ୍ସ)
- ଶରଦ କୁମାର– ପୁରୁଷ ହାଇ ଜମ୍ପ ଟି୬୩ (ଆଥଲେଟିକ୍ସ)
- ସଚିନ୍ ଖିଲାରୀ– ପୁରୁଷ ଶଟ୍ ପୁଟ୍ ଏଫ୪୬ (ଆଥଲେଟିକ୍ସ)
- ପ୍ରଣବ ସୁରମା– ପୁରୁଷ କ୍ଲବ ଥ୍ରୋ ୫୧ (ଆଥଲେଟିକ୍ସ)
କାଂସ୍ୟ ପଦକ:
- ମୋନା ଅଗ୍ରୱାଲ– ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗ ଏସଏଚ୧ (ଶୁଟିଙ୍ଗ)
- ପ୍ରୀତି ପାଲ– ମହିଳା ୧୦୦ ମିଟର ଟି୩୫ (ଆଥଲେଟିକ୍ସ)
ମହିଳା ୨୦୦ ମିଟର ଟି୩୫ (ଆଥଲେଟିକ୍ସ) - ରୁବିନା ଫ୍ରାନ୍ସିସ– ମହିଳା ଏୟାର ପିସ୍ତଲ ଏସଏଚ୧ (ଶୁଟିଙ୍ଗ)
- ମନୀଷା ରାମାଦାସ– ମହିଳା ସିଙ୍ଗଲ ଏସୟୁ୫ (ବ୍ୟାଡମିଣ୍ଟନ୍)
- ରାକେଶ କୁମାର/ ଶୀତଲ ଦେବୀ– ମିକ୍ସଡ ଟିମ୍ କମ୍ପାଉଣ୍ଡ ଓପନ୍ (ତୀରନ୍ଦାଜ)
- ନିତ୍ୟା ଶ୍ରୀ ଶିବନ୍– ମହିଳା ସିଙ୍ଗଲ୍ସ ଏସଏଚ୬ (ବ୍ୟାଡମିଣ୍ଟନ)
- ଦିପ୍ତୀ ଜୀବନଜି– ମହିଳା ୪୦୦ ମିଟର ଟି୨୦ (ଆଥଲେଟିକ୍ସ)
- ସୁନ୍ଦର ସିଂହ ଗୁରଜାର– ପୁରୁଷ ଜାଭେଲିନ୍ ଏଫ୪୬ (ଆଥଲେଟିକ୍ସ)
- ମାରିୟାପ୍ପନ ଥାଙ୍ଗାଭେଲୁ– ପୁରୁଷ ହାଇ ଜମ୍ପ ଟି୬୩ (ଆଥଲେଟିକ୍ସ)
- କପିଲ ପରମାର– ପୁରୁଷ ଜୁଡୋ ୬୦ କେ.ଜି (ଜୁଡୋ)
- ହୋକାଟୋ ସେମା– ପୁରୁଷ ଶଟ୍ ପୁଟ ଏଫ୫୭ (ଆଥଲେଟିକ୍ସ)
- ସିମ୍ରନ୍ ସିଂହ– ମହିଳା ୨୦୦ ମିଟର ଟି୧୨ (ଆଥଲେଟିକ୍ସ)