fbpx

ଏମିତି ବି ଆସେ ମୃତ୍ୟୁ! କ୍ଲାସରେ ପାଠପଢ଼ା ସମୟରେ ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରର ଜୀବନ…

ନୂଆଦିଲ୍ଲୀ: କ୍ଲାସରେ ପାଠପଢ଼ା ସମୟରେ ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରର ଜୀବନ । ଦିଲ୍ଲୀରେ ଏକ ସ୍କୁଲରେ କ୍ଲାସରେ ପଢ଼ୁଥିବା ଜଣେ ଛାତ୍ରଙ୍କ ଆଶ୍ଚର୍ଯ୍ୟକର ଭାବରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ପ୍ରକୃତରେ ଏହା ଜଣାପଡ଼ିନାହିଁ ଯେ ଛାତ୍ରଟିର କିପରି ଭାବରେ ମୃତ୍ୟୁ ହେଲା । ତେବେ ପୋଷ୍ଟମର୍ଟମ ପରେ ହିଁ ମାମଲା ସ୍ପଷ୍ଟ ଜଣାପଡ଼ିବ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ କରାଯିବ ।

ସେହିଭଳି ଏପରି ଅକାଳ ମୃତ୍ୟୁକୁ ନେଇ ପିଲାଟିର ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ମାମଲା ରୋହିଣୀ ଅଞ୍ଚଳର ଏକ ସରକାରୀ ସ୍କୁଲର । ଯେଉଁଠାରେ ଦ୍ୱିତୀୟ ଶ୍ରେଣୀର ଏକ ଛାତ୍ରଙ୍କର କ୍ଲାସ୍ ରେ ବସିଥିବା ଅବସ୍ଥାରେ ମୃତ୍ୟୁ ହୋଇଛି ।

ପୋଲିସ ଅନୂଯାୟୀ ପିଲା କ୍ଲାସରେ ବସିଥିବା ଅବସ୍ଥାରେ ବେହୋସ୍ ହୋଇଯାଇଥିଲା । ଏହାପରେ ତାକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଷ୍ଟମର୍ଟମ ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

ଗତ ୭ ତାରିଖରେ ମଧ୍ୟରେ ଆନ୍ଧ୍ରପ୍ରଦେଶ ନେଲ୍ଲୋର ଜିଲ୍ଲା ପରିଷଦ ହାଇସ୍କୁଲରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ଯେଉଁଠାରେ ୭ମ ଶ୍ରେଣୀର ଜଣେ ଛାତ୍ରୀଙ୍କର ଆଶ୍ଚର୍ଯ୍ୟକର ଭାବରେ ମୃତ୍ୟୁ ହୋଇଥିଲା । ଏଠାରେ ଶିକ୍ଷକ ଛାତ୍ରୀଜଣକୁ ପ୍ରଶ୍ନ ପଚାରୁଥିବାବେଳେହିଁ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.