fbpx

ଆଜି ଶୁଭାରମ୍ଭ ହେବ ଦ୍ୱିତୀୟ ପୁରୀ-ରାଉରକେଲା ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ , ଭର୍ଚୁଆଲରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Advertisement

ଭୁବନେଶ୍ୱର; ଆଜିଠୁ ପୁରୀ-ରାଉରକେଲା ମଧ୍ୟରେ ଗଡିବ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଓଡିଶାବାସୀଙ୍କ ପାଇଁ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ । ଏହାର ଶୁଭାରମ୍ଭ ଭୁବନେଶ୍ୱର ରେଳ ଷ୍ଟେସନଠାରେ ହେବ । ଏହି କାର୍ୟ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଓ ବିଧାୟକ ମାନେ ଉପସ୍ଥିତ ରହିବେ ।

ଏହି ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହର ଶନିବାରକୁ ଛାଡି ଦେଲେ ବାକି ୬ ଦିନ ଚାଲିବ । ଏହା ପୁରୀରୁ ରାଉଲକେଲା ପର୍ଯ୍ୟନ୍ତ ୭ ଘଣ୍ଟା ୪୫ ମିନିଟରେ ୫୦୫ କିଲୋମିଟର ଅତିକ୍ରମ କରିବ ବୋଲି ସୂଚନା ରହିଛି । ଏହି ଟ୍ରେନ ସକାଳ ୫ଟାରେ ଯାତ୍ରା ଆରମ୍ଭ କରିବ ଏବଂ ଦିନ ୧୨ ଟା ୪୫ରେ ରାଉଲକେଲାରେ ପହଞ୍ଚିବ । ସେହିପରି ଏହା ଦିନ ୨ଟା ୧୦ରୁ ବାହାରି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ ବୋଲି କୁହାଯାଇଛି । ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେରରେଡ, ଅନୁଗୁଳ, ରେଢାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗଡା ଷ୍ଟେସନମାନଙ୍କରେ ଏହି ଟ୍ରେନର ରହଣି ହେବ । ଉପକୂଳ ଏବଂ ପଶ୍ଚିମ ଓଡିଶାକୁ ସଂଯୋଗ କରିବା ସହ ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ଏଥିରେ ଉପଲବ୍ଧ ରହିଛି ।

Get real time updates directly on you device, subscribe now.