fbpx
BSKY
BJD YOUTH SKY
BJD MS SKY

କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପିନରାୟୀ ବିଜୟନ, ନୂଆ କ୍ୟାବିନେଟ୍‌ରେ ବାଦ୍ ପଡିଲେ ସବୁ ପୁରୁଣା ଚେହେରା

ଥିରୁଭନନ୍ତପୁରମ ୨୦/୦୫: ସିପିଆଇଏମର ବରିଷ୍ଠ ନେତା ପିନରାୟୀ ବିଜୟନ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ରାଜ୍ୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। କ୍ରମାଗତ ଭାବେ ଦ୍ଵିତୀୟ ଥର ପାଇଁ  କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଥିରୁଭନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମ୍‌ ଠାରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସମାରୋହରେ କରାେନା ଗାଇଡଲାଇନ୍ ସଂପୂର୍ଣ୍ଣ ଭାବେ ପାଳନ କରାଯାଇଥିଲା

ବିଜୟନଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମରେ ଅନେକ ନେତା ଅନୁପସ୍ଥିତ ଥିଲେ।  କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ବିରୋଧୀ କଂଗ୍ରେସ ଓ ୟୁଡିଏଫ୍‌ ମଧ୍ୟ ଶପଥପାଠ ଉତ୍ସବକୁ ଆସିନଥିଲେ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମଙ୍ଗଳବାର ଦଳର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ପି.ବିଜୟନ।

 

ସୂଚନା ଥାଉକି ଏଥର ପି. ବିଜୟନଙ୍କୁ ମିଶାଇ ନୂଆ ସରକାରଙ୍କ କ୍ୟାବିନେଟ୍‌ରେ ୨୧ ଜଣ ସଦସ୍ୟ ରହିବେ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିଜର କ୍ୟାବିନେଟ୍‌ରେ ସମସ୍ତ ନୂତନ ଚେହେରାଙ୍କୁ ସାମିଲ କରିଛନ୍ତି।  ଗତଥର ମନ୍ତ୍ରୀ ହୋଇଥିବା ସମସ୍ତ ନେତାଙ୍କୁ ଏଥର ମନ୍ତ୍ରୀ ପଦ ମିଳିନାହିଁ।ଏମିତିକି ସେ ନିଜ ଜ୍ଵାଇଁ ମହମ୍ମଦ ରିୟାଜଙ୍କୁ ନିଜ କ୍ୟାବିନେଟ୍‌ରେ ସ୍ଥାନ ଦେଇଛନ୍ତି।  ଗତଥର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳି କରୋନା ମୁକାବିଲାରେ ପ୍ରଶଂସା ସାଉଁଟିଥିବା କେକେ. ଶୈଲାଜାଙ୍କ ମଧ୍ୟ ମନ୍ତ୍ରୀ ପଦ ମିଳିନାହିଁ।

Get real time updates directly on you device, subscribe now.