fbpx

୩ଟି ବ୍ୟାଙ୍କ ବଢ଼ାଇଲେ ସୁଧ ହାର: ଗ୍ରାହକଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ: ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବା ନେଇ ଘୋଷଣା କରାଯାଇଥିଲା । କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବାବଦରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଥିଲେ । ତେବେ ଆରବିଆଇର ଏହି ଘୋଷଣା ପରେ ଦେଶର ୩ଟି ବ୍ୟାଙ୍କ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୁଧ ହାର ବୃଦ୍ଧି କରାଯାଇଛି । ଏହାଫଳରେ ଗ୍ରାହକମାନେ ଏବେ ବହୁଳ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଖବର ମୁତାବକ, ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ କିଛି ଅବଧିର ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡସ ବେସଡ ଲେଣ୍ଡିଂ ରେଟ (ଏମସିଏଲଆର)ରେ ପରିବର୍ତ୍ତନ କରାଯାଇଛି । ଏହା ଅଗଷ୍ଟ ୧୨ ତାରିଖରୁ ଲାଗୁ ହେବ । ସେହିପରି ୟୁକୋ ବ୍ୟାଙ୍କର ଆସେଟ ଲାୟାବିଲିଟି ମ୍ୟାନେଜମେଣ୍ଟ କମିଟି (ଏଏଲସିଓ) ଅଗଷ୍ଟ ୧୦ରୁ ଉଧାର ଦରରେ ୫ ଆଧାର ଅଙ୍କ (ବିପିଏସ)ର ବୃଦ୍ଧି କରିଛି । କାନାରା ବ।।ଙ୍କ ପକ୍ଷରୁ ଏମସିଏଲଆରରେ ୦.୫ ପ୍ରତିଶତ ବୃଦ୍ଧି କରାଯାଇଛି । ସମସ୍ତ ଅବଧିର କରଜ ପାଇଁ ଏହି ବୃଦ୍ଧି କରାଯାଇଛି । ଏହାଫଳରେ ଉପଭୋକ୍ତାଙ୍କ କରଜ ଅଧିକ ମହଙ୍ଗା ହୋଇଯିବ । ବର୍ତ୍ତମାନ ବ୍ୟାଙ୍କର ୧ ବର୍ଷ ଅବଧିର ଏମସିଏଲଆର ୮.୯୫ ପ୍ରତିଶତ ରହିଛି । ଏହାକୁ ଆଧାର କରି ଅଧିକାଂଶ ଉପଭୋକ୍ତାଙ୍କ କରଜ ସୁଧ ହାର ନିର୍ଦ୍ଧାରଣ କରାଯାଇଥାଏ ।

Get real time updates directly on you device, subscribe now.