ଈଶ୍ୱରଙ୍କ ଚମତ୍କାର-ଫେଲ୍ ମାରିଲା ଚିକିତ୍ସା ବିଜ୍ଞାନ! ଅଲଟ୍ରାସାଉଣ୍ଡରେ ଦେଖାଗଲା ୩ ଜଣ ଶିଶୁ, ପରେ ଏକସଙ୍ଗେ ଜନ୍ମନେଲେ ୪ ଶିଶୁ, ଡାକ୍ତର ସ୍ତବ୍ଧ

ନୂଆଦିଲ୍ଲୀ: ଆଜିର ସମୟରେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନର ଆଖ୍ୟା ଦିଆଯାଇଥାଏ । ତେବେ ମେଡିକାଲ ସାଇନ୍ସ ଯେତେ ଅଗ୍ରଗତି କଲେ ମଧ୍ୟ ଅନେକ ସମୟରେ ଡାକ୍ତରଙ୍କ ଯାଞ୍ଚ ମଧ୍ୟ ଫେଲ୍ ମାରିଯାଇଥାଏ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ଏବେ ସାମ୍ନାକୁ ଆସିଛି । ଅଲଟ୍ରାସାଉଣ୍ଡ କରିବା ସମୟରେ ମହିଳାଙ୍କ ଗର୍ଭରେ ୩ ଜଣ ଶିଶୁ ରହିଥିବା ଜଣାପଡ଼ିଥିଲେ । ମାତ୍ର ଜନ୍ମ ନେବା ବେଳକୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ୩ ଜଣ ବଦଳରେ ମହିଳାଙ୍କ ଗର୍ଭରୁ ୪ ଜଣ ଶିଶୁ ଜନ୍ମ ନେଇଥିଲେ । ଏହି ଘଟଣା ପରେ ମେଡିକାଲର ଡାକ୍ତର ଚକିତି ହୋଇଯାଇଯାଇଥିଲେ । ତେବେ ଏଠାରେ ଚିକିତ୍ସା ବିଜ୍ଞାନ ଫେଲ୍ ମାରିଥିବା ବେଳେ ଈଶ୍ୱର ଚମତ୍କାର ହୋଇଥିବା ଚାରିଆଡ଼େ ଏବେ ଚର୍ଚ୍ଚା ହେଉଛି ।

ଖବର ମୁତାବକ, ବିହାରରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର । ଯନ୍ତ୍ରଣା ହେବାରୁ ଜଣେ ଗର୍ଭବତୀ ମହିଳା ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଡାକ୍ତର ମହିଳାଙ୍କର ଅଲଟ୍ରାସାଉଣ୍ଡ କରିଥିଲେ ଓ ଗର୍ଭରେ ୩ ଜଣ ନବଜାତ ରହିଥିବା ସେ ଦେଖିଥିଲେ । ତେବେ ପରବର୍ତ୍ତୀ ସମୟରେ ଘଟିଥିବା ବଡ଼ ଚମକ୍ରାର । ୨୨ ବର୍ଷୀୟ ମହିଳା ଜଣଙ୍କ ଏକସଙ୍ଗେ ୪ ଜଣ ଶିଶୁଙ୍କୁ ଜନ୍ମ ଦେଇଥିଲେ । ଅପରେସନ ପରେ ୪ ଜଣ ଶିଶୁ ଜନ୍ମ ନେବା ପରେ ନିଜେ ଡାକ୍ତର ବି ତାଜୁବ୍ ହୋଇଯାଇଥିଲେ ।

ବିହାରର ସୀତାମଢ଼ୀରେ ଏକ ଘରୋଇ ନର୍ସିଂ ହୋମରେ ଜଣେ ମହିଳା ଏକସଙ୍ଗେ ୪ ଜଣ ଶିଶୁଙ୍କୁ ଜନ୍ମ ଦେବା ଘଟଣାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । ମହିଳାଙ୍କ ଡେଲିଭରି ପୂର୍ବରୁ ଡାକ୍ତର ତାଙ୍କର ଅଲଟ୍ରାସାଉଣ୍ଡ କରିଥିଥିଲେ । ସେହି ସମୟରେ ମହିଳାଙ୍କ ପେଟରେ ୩ ଶିଶୁ ରହିଥିବା ଡାକ୍ତର ସୂଚନା ଦେଇଥିଲେ । ମାତ୍ର ପରେ ଯାହା ହୋଇଥିଲା ତାହା ସଭିଙ୍କୁ ସ୍ତବ୍ଧ କରିଦେଇଥିଲା । ମହିଳାଙ୍କ ଗର୍ଭରୁ ପ୍ରଥମେ ଏକ କନ୍ୟା ସନ୍ତାନ ଜନ୍ମ ନେବା ପରେ ୩ଟି ପୁତ୍ର ସନ୍ତାନ ଜନ୍ମ ନେଇଥିଲେ । ତେବେ ୪ ଶିଶୁଙ୍କୁ ପାଇ ପରିବାରରେ ଏବେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଗରିବ ପରିବାରକୁ ସରକାରୀ ସହାୟତା ପାଇଁ ଶିଶୁମାନଙ୍କର ଦାଦି ନିବେଦନ କରିଛନ୍ତି । ଏହା ଉପରବାଲାର କରିସ୍ମାରୁ ସମ୍ଭବ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.