fbpx
BSKY SKY
BSKY SKY

କୁଟା ଗଦାରେ ଶୋଇଥିବା ବେଳେ ହଠାତ୍ ଲାଗିଲା ନିଆଁ, ଦେଖୁ ଦେଖୁ ଜୀବନ୍ତ ଦଗ୍ଧ ହୋଇଗଲେ ୩ ଭାଇ-ଭଉଣୀ

BSKY

ମିର୍ଜାପୁର: ଉତ୍ତର ପ୍ରଦେଶର ମିର୍ଜାପୁର ଅନ୍ତର୍ଗତ ମଦିହାନ ଅଞ୍ଚଳରେ ଥିବା ପାଚୋଖରା ଖୁର୍ଦ୍ଧ ଗାଁରେ  ଏକ ଅଭାବନୀୟ ଘଟଣା ଘଟିଛି । କୁଟା ଗଦାରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ହୋଇ ୩ ଭାଇ-ଭଉଣୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତକମାନେ ସମସ୍ତେ ଶିଶୁ ଓ ସେମାନଙ୍କ ବୟସ ୩ରୁ ୭ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରା ଚ୍ଛାୟା ଖେଳି ଯାଇଛି । ଏହି ୩ ଶିଶୁ ସମ୍ପର୍କରେ ଭାଇ-ଭଉଣୀ ।

ସେମାନେ ନିଜ ଘରେ ଥିବା କୁଟା ଗଦାରେ ଶୋଇଥିଲେ । ତେବେ କୌଣସି କାରଣରୁ ସେମାନେ ଶୋଇଥିବା ନଡ଼ା ଗଦାରେ ହଠାତ୍‌ ନିଆଁ ଲାଗି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ରାଣୀ (୩ ବର୍ଷ), ହର୍ଷିତ (୫ ବର୍ଷ) ଓ ସୁନୟନା (୭ ବର୍ଷ)ଙ୍କ ମୃତ୍ୟୁ ଘଟିଛି । ଜିଲ୍ଲା ମାଜିଷ୍ଟ୍ରେଟ ପ୍ରବୀଣ କୁମାର କହିଛନ୍ତି ଯେ ଏହି ଶିଶୁମାନଙ୍କ ସହ ଏପରି ଘଟଣା ଘଟିବାର କିଛି ସମୟ ପୂର୍ବରୁ ସେମାନଙ୍କ ବାପା ଜିତେନ୍ଦ୍ର କୁମାର ଧାରକାର କୌଣସି କାମ ପାଇଁ ବାହାରକୁ ଯାଇଥିଲେ । ଏହାପରେ ପିଲାମାନେ ନଡ଼ା ଗଦାରେ ଖେଳିବା ସହ ସେଠାରେ ଶୋଇ ପଡ଼ିଥିଲେ । ଏହି ସମୟରେ ହଠାତ୍‌ ସ୍ପାର୍କିଂ ହେବା ସହ ନିଆଁ କୁଟା ଗଦାରେ ପଡ଼ି ଯାଇଥିଲା । ନଡ଼ାଗୁଡ଼ିକ ଶୁଖିଲା ଥିବାରୁ ନିଆଁ ଶୀଘ୍ର ବ୍ୟାପି ଯାଇଥିଲା । ଫଳରେ ନିଆଁରେ ପୋଡ଼ି ହୋଇ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.