ପରସ୍ପର ସହିତ ଧକ୍କା ହେଲା 2 ସ୍କୁଟି, ଚାଲିଗଲା 3ଜଣଙ୍କର ପ୍ରାଣ
ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଦୁର୍ଘଟଣା । 3 ଜଣଙ୍କ ମୃତ୍ୟୁ
ଭୁବନେଶ୍ବର: କରଞ୍ଜିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟି ସ୍କୁଟି ଧକ୍କାରେ ଚାଲିଗଲା 3 ଜୀବନ । କରଞ୍ଜିଆ ସିଙ୍ଗ଼ା ରାସ୍ତା ମହାଦେବଶାଳ ନିକଟରେ ଏହି ଦୁର୍ଘଟଣା ହୋଇଛି ।
ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇଜଣଙ୍କର ଏବଂ ହସ୍ପିଟାଲରେ ଜଣେ ପ୍ରାଣ ହରାଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।
ମୃତକଙ୍କର ପରିଚୟ ମିଳିପାରି ନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଆଖପାଖ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
କହିରଖୁଛୁକି, ଏହା ପୂର୍ବରୁ ସକାଳୁ ସୁନ୍ଦରଗଡ଼ ଜିଲାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ସମେତ ତିନି ଜଣ ବନ୍ଧୁଙ୍କ ଜୀବନ ଯାଇଛି । ତେବେ ସମସ୍ତେ ଦିନ ମଜୁରିଆ ହୋଇଥିବା ବେଳେ ସମସ୍ତେ କାମ ସାରି ଘରକୁ ଫେରୁଥିଲେ ।