ବଡ଼ ଧରଣର ବସ୍ ଦୁର୍ଘଟଣା: ୩ ଯାତ୍ରୀଙ୍କ ମୃତ୍ୟୁ, ୪୭ ଜଣ ଆହତ

ନୂଆଦିଲ୍ଲୀ: ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଦେଖିବାକୁ ମିଳିଛି । ସକାଳ ୫ଟା ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ଆହତ ହୋଇଥିବା କୁହାଯାଉଛି । ରାଜସ୍ଥାନର ଆଜମେରରୁ ଦିଲ୍ଲୀ ଅଭିମୂଖେ ଦ୍ରୁତ ଗତିରେ ଯାଉଥିବା ସମୟରେ ଏକ ସ୍ଲିପର ବସ୍ ଏକ ଟ୍ରଲି ସହ ଧକ୍କା ହୋଇଥିଲା । ଫଳରେ ବସରେ ଭିତରେ ଥିବା ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା କୁହାଯାଉଛି । ଏଥିସହିତ ଅନେକ ଯାତ୍ରୀଙ୍କର ଅବସ୍ଥା ଗମ୍ଭୀର ରହିଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।