ଭୁବନେଶ୍ୱର, ୧୯ା୧୨ (ଓଡିଶା ଭାସ୍କର): ରାଜ୍ୟରେ ମହାମାରୀ କରୋନାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୨କୁ ବୃଦ୍ଧି ପାଇଛି । ତେବେ ଜଗତସିଂହପୁର, ନୂଆପଡ଼ା ଓ ପୁରୀରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ଜଣାଯାଇଛି ।
ତେବେ ରାଜ୍ୟରେ ୩୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଓ ମୟୂରଭଞ୍ଜରୁ ୨୬ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୪୧, ସୁନ୍ଦରଗଡ଼ରୁ ୩୫, ବାଲେଶ୍ୱରରୁ ୨୬ ଜଣ ଚିହ୍ନଟ ହୋଇଛନ୍ତି । ୧୯୯ ଜଣ ସଙ୍ଗରୋଧରୁ ଓ ୧୫୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।