୩ ଜିଲ୍ଲାକୁ ଗିଳିଯିବ ସମୁଦ୍ର, କୂଳ ଲଂଘି ଜନବସତି ମୁହାଁ ହେଲାଣି ସମୁଦ୍ର

ଭୁବନେଶ୍ୱର: ଓଡ଼ିିଶା ଉପକୂଳକୁ ସାମୁଦ୍ରିକ ବିପଦ । କୂଳ ଲଂଘି ଜନବସତି ମୁହାଁ ହେଲାଣି ସମୁଦ୍ର ।

ସମୁଦ୍ର ବାଳି କୋରିବାରେ ଲାଗିଥିବାବେଳେ ଗାଁ ବି ଭସେଇ ନେବାର ଆଶଙ୍କା ବଢ଼ିଯାଇଛି । ସମୁଦ୍ରର ବର୍ତ୍ତମାନର ସ୍ଥିତି ପାଇଁ ୩ ଜିଲ୍ଳାରେ ସ୍ଥିତି ଉଦବେଗଜଗଜନକ ହୋଇପଡ଼ିଛି ।
ପୁରୀ, ଗଞ୍ଜାମ,କେନ୍ଦ୍ରପଡ଼ା ସ୍ଥିତି ବିପଦରେ ।

ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ଗଠିତ ଆନ୍ତଃ ମନ୍ତ୍ରଣାଳୟ ପ୍ୟାନେଲ ପୂର୍ବରୁ ସତର୍କ କରିଛନ୍ତି ।

ଓଡ଼ିଶାର ୪୮୦ କି.ମି. ସାମୁଦ୍ରିକ ଉପକୂଳ ମନୁଷ୍ୟକୃତ କାର୍ଯ୍ୟ ଯୋଗୁ ନଷ୍ଟ ହୋଇଛି ।

ବିଶ୍ୱ ତାପମାତ୍ରା ବୃଦ୍ଧି କାରଣରୁ ସାମୁଦ୍ରିକ ଜଳପତ୍ତନ ବୃଦ୍ଧି ପାଇବ ଏବଂ ସାମୁଦ୍ରିକ ଜୀବଜନ୍ତୁ ପ୍ରଭାବିତ ହେବେ ।

ଉପକୂଳ ଅଞ୍ଚଳରେ ବନ୍ୟା, ମୃତ୍ତିକା କ୍ଷୟ, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ଲୁଣି ପାଣି ମାଡ଼ି ଆସିବ । ବନ୍ୟା ପ୍ରବଣ ଅଞ୍ଚଳ ତାଲିକାରେ ଓଡ଼ିଶା ପଞ୍ଚମ ସ୍ଥାନରେ ଅଛି ।