ବିଦ୍ୟୁତ କର୍ମଚାରୀଙ୍କ ଗାଡ଼ିକୁ ଧକ୍କା ଦେଲା ହାଇୱା: ୩ ଜଣଙ୍କ ଜୀବନ ଗଲା

ସୁବର୍ଣ୍ଣପୁର,୨୬ା୩: ସୁବର୍ଣ୍ଣପୁର ଜିଲାରେ ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଉଲୁଣ୍ଡା ଥାନା ମାଟୁପାଲି ନିକଟରେ ଏକ ବୋଲେରୋକୁ ହାଇୱା ଧକ୍କା ଦେବାରୁ ବୋଲେରୋରେ ଥିବା ୪ ବିଦ୍ୟୁତ କର୍ମଚାରୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତୁ୍ୟ ଘଟିଛି । ଜଣେ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ସୋନପୁର ପଟୁ ଆସୁଥିବା ଏକ ହାଇୱା ଏବଂ ସିଣ୍ଡୋଲ ପଟରୁ ଆସୁଥିବା ଏକ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ହାଇୱାଟି ରାସ୍ତାକଡ଼କୁ ଓଲଟି ପଡିଥିଲା। ମୃତକମାନେ ଟାଟା ପାୱାରର କର୍ମଚାରୀ ବୋଲି ଜଣାପଡିଛି।