ନବୀନ ନିବାସରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ: ସାଙ୍ଗଠନିକ ପ୍ରକ୍ରିୟାକୁ ଅଧିକ ଶାଣିତ କରିବାକୁ ସୁପ୍ରିମୋଙ୍କ ନିର୍ଦ୍ଦେଶ

ଭୁ‌ବନେଶ୍ବର: ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହିତ ପ୍ରାୟ ତିନି ଘଣ୍ଟା ଧରି ଆଲୋଚନା କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ବୈଠକରେ ଦଳର ଅନେକ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଆଲୋଚନାରେ ସାଙ୍ଗଠନିକ ପ୍ରକ୍ରିୟାକୁ ଶାଣିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ।

ବୈଠକ ଶେଷରେ ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସାଙ୍ଗଠନିକ ପ୍ରକ୍ରିୟାକୁ ଶାଣିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖିଆ ନବୀନ। ପଦଯାତ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଛି। ଦଳୀୟ ସଂଗଠନକୁ ମଜଭୁତ କରିବା, ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ଗାନ୍ଧୀ ଜୟନ୍ତୀରୁ ବିଜେଡିର ପଦଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଆଗକୁ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅଛି । କାର୍ଯ୍ୟକ୍ରମର ରୂପରେଖ ନେଇ ରଣନୀତି ପ୍ରସ୍ତୁତି କରାଯାଇଛି। ପର୍ଯ୍ୟବେକ୍ଷକଙ୍କ ଜରିଆରେ ଏହାକୁ ତୃଣମୂଳ ସ୍ତରକୁ ନିଆଯିବ । ବୈଠକରେ ସବୁ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ।

ଶୀର୍ଷ ସ୍ତରର ନେତୃତ୍ୱଙ୍କୁ ନେଇ ହୋଇଥିବା ବୈଠକରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଦୀପ ଅମାତ,ପ୍ରମିଳା ମଲ୍ଲିକ, ଅରୁଣ ସାହୁ, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାସ, ସାରଦା ନାୟକ, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି,ପ୍ରଣବ ବଳବନ୍ତ ରାୟ,ମାନସ ମଙ୍ଗରାଜ,ପ୍ରଫୁଲ୍ଲ ମଲ୍ଲିକ,ଅମରେଶ ଜେନା, ଶର୍ମିଷ୍ଠା ସେଠୀ,ଦେବୀ ରଞ୍ଜନ ତ୍ରିପାଠୀ,ଈଶ୍ୱର ପାଣିଗ୍ରାହୀ,ପ୍ରୀତିରଞ୍ଜନ ଘଡାଇ,ରବୀନ୍ଦ୍ର ଜେନା,ସୁଧୀର ସାମଲ,ବ୍ୟୋମକେଶ ରାୟ,ପଦ୍ମନାଭ ବେହେରା, ଦେବେଶ ଆଚାର୍ଯ୍ୟ,ଦିବ୍ୟଶଙ୍କର ମିଶ୍ର, ସସ୍ମିତ ପାତ୍ରଙ୍କ ପ୍ରମୁଖ ଉପସ୍ଥିତ ଥିଲେ।