fbpx

ODIରେ କେବେ ଆଉଟ୍ ହୋଇନାହାଁନ୍ତି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍, ଜାଣନ୍ତୁ ସେମାନେ କିଏ ?

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଅନେକ ଧୂଆଁଧାର ବ୍ୟାଟ୍ସମ୍ୟାନଙ୍କ ରେକର୍ଡ଼ ରହିଛି । ସେମାନେ ନିଜ ରନ୍ ଏବଂ ଶତକ ପାଇଁ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଏପରି କିଛି ଭାଗ୍ୟବାନ ବ୍ୟାଟ୍ସମ୍ୟାନ ଥିଲେ ଯେଉଁମାନେ ODI କ୍ୟାରିୟରରେ କେବେ ଆଉଟ୍ ହୋଇନାହାଁନ୍ତି । ବର୍ତ୍ତମାନ ସେମାନଙ୍କ ନାଁ ଅନ୍ଧାରରେ ବିଲୁପ୍ତ ହୋଇଯାଇଛି ଏବଂ ସେମାନଙ୍କ କ୍ୟାରିୟର ଶେଷ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ସେହି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ।

୧. ସୌରଭ ତିୱାରୀ: ୨୦୧୦ ମସିହାରେ ସୌରଭ ତିୱାରୀ ଅଷ୍ଟ୍ରେଲିୟା ବିପକ୍ଷରେ ଦିନିକିଆ ଡେବୁ୍ୟ କରିଥିଲେ । ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଲା ପରେ ତାଙ୍କୁ ଧୋନୀଙ୍କ ଡୁପ୍ଲିକେଟ୍ କୁହାଯାଉଥିଲା । ତାଙ୍କର ଧୋନୀଙ୍କ ପରି ଲମ୍ବା କେଶ ଥିଲା । ସୌରଭ ଆଇପିଏଲରେ ଚମକ୍ରାର ପ୍ରଦର୍ଶନ କରି ଭାରତୀୟ ଦଳରେ ନିଜ ସ୍ଥାନ ସୃଷ୍ଟି କରିଥିଲେ । ଭାରତୀୟ ଦଳ ପାଇଁ ସେ କେବଳ ୩ଟି ଦିନିକିଆ ଖେଳିଥିଲେ ଯେଉଁଥିରେ ସେ କେବଳ ୨ଟି ଇନିଂସରେ ବ୍ୟଟିଂ କରିବାକୁ ସକ୍ଷମ ହୋଇଥିଲେ । ସେ ଏହି ୨ଟି ଇନିଂସରେ ନଟ୍ ଆଉଟ୍ ରହିଥିଲେ । ଏହା ପରେ ତାଙ୍କୁ ଟିମରୁ ବାହାର କରି ଦିଆଯାଇଥିଲା । ଏହା ପରେ ତାଙ୍କର କ୍ୟାରିୟରର ଅନ୍ତ ହୋଇଗଲା ।

୨. ଫୈଜ୍ ଫଜଲ: ଘରୋଇ କ୍ରିକେଟ ମଧ୍ୟମରେ ନିଜର ଚମକ୍ରାର ପ୍ରଦର୍ଶନ କାରଣରୁ ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଥିଲେ । ଏଥିପାଇଁ ତାଙ୍କୁ ଭାରତୀୟ ଦଳରେ ଏକ ସୁଯୋଗ ଦିଆଯାଇଥିଲା । କିନ୍ତୁ ସେ ଭାରତୀୟ ଦଳ ପାଇଁ କେବଳ ଗୋଟିଏ ମ୍ୟାଚ୍ ଖେଳିବାରେ ସକ୍ଷମ ହୋଇଥିଲେ । ୨୦୧୬ ମସିହାରେ ଜିମ୍ବାୱେ ବିପକ୍ଷରେ ସେ ଦିନିକିଆ ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚରେ ସେ ୫୫ ରନର ଇନିଂସ ଖେଳିଥିଲେ । ଏହି ଶାନଦାର ଅର୍ଦ୍ଧଶତକ ପରେ ତାଙ୍କୁ ଭାରତୀୟ ଟିମରୁ ବାହାର କରାଯାଇଥିଲା । ଏହି ପରି ଦିନିକିଆ କ୍ରିକେଟରେ ନଟ୍ ଆଉଟ୍ ବ୍ୟାଟ୍ସମ୍ୟାନ୍ ଭାବରେ ତାଙ୍କର କ୍ୟାରିୟର ଶେଷ ହୋଇଥିଲା ।

୩. ଭରତ ରେଡ୍ଡୀ: ୧୯୭୮ରୁ ୧୯୮୧ ମସିହା ପର୍ଯ୍ୟନ୍ତ ଏହି ଖେଳାଳି କେବଳ ୩ ଟି ଦିନିକିଆ ଖେଳିଥିଲେ । ଏହି ସମୟରେ ତାଙ୍କୁ କେବଳ ଦୁଇ ଥର ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା ଏବଂ ଉଭୟ ଥର ଅପରାଜିତ ରହିଥିଲେ । ଏହା ପରେ ତାଙ୍କୁ ଭାରତୀୟ ଦଳରୁ ବିଦା କରାଯାଇଥିଲା । ଏହିପରି ତାଙ୍କ କ୍ୟାରିୟରର ଦୁଃଖଦ ଅନ୍ତ ହୋଇଥିଲା ।

Get real time updates directly on you device, subscribe now.