ନୂଆଦିଲ୍ଲୀ,୧୪ ।୧: ଜାନୁଆରୀ ୧୬ରେ ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ସ୍ୱୀକୃତି ପାଇଥିବା ଟିକାକୁ ନେଇ ସାରା ଦେଶରେ ଟିକାକରଣ ହେବ । ଏନେଇ ସମସ୍ତ ରାଜ୍ୟକୁ ଟିକା ପଠାଯିବା ସହ ପାକ୍ ପ୍ରସ୍ତୁତି ସରିଛି । ପ୍ରଥମ ଦିନରେ ୩ ଲକ୍ଷ ଲୋକଙ୍କୁ ଟିକା ଦିଆଯିବ । ନୀତି ଆୟୋଗ ସଦସ୍ୟ ଭି.କେ ପଲ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶର ୩ ହଜାର ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ପ୍ରତ୍ୟେକ ଟିକା କେନ୍ଦ୍ରରେ ୧୦୦ଜଣଙ୍କୁ ଟିକା ଦିଆଯିବ । ପରେ ଟିକାକରଣ କେନ୍ଦ୍ର ୩ ହଜାରରୁ ୫ ହଜାରକୁ ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ । ଶୁଭାରମ୍ଭରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥାହେବେ ମୋଦୀ ।’
ତେବେ ଦେଶର ୧୨ଟି ସହରରେ ଦେଶୀ ‘କୋଭାକ୍ସିନ୍’ ଟିକା ଦିଆଯିବ । ଅନ୍ୟ ସବୁ ସ୍ଥାନରେ ‘କୋଭିସିଲ୍ଡ’ ଟିକା ଦିଆଯିବ ।