fbpx

ହିତାଧିକାରୀଙ୍କୁ ତିନିମାସର ପିଡିଏସ ସାମଗ୍ରୀ ବଣ୍ଟନ

Advertisement

କୋରାପୁଟ ୪/୪ (ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କ୍ରମରେ ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ୩ ମାସର ଆଗୁଆ ପିଡିଏସ ସାମଗ୍ରୀ ବଣ୍ଟନ କରିବାକୁ ସରକାର ଘୋଷଣା କରିଥିବା ବେଳେ ନନ୍ଦପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ତିନିମାସର ପିଡିଏସ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କିନ୍ତୁ ସରକାରଙ୍କ ଦ୍ୱାରା ଘୋଷଣା ଅନୁଯାଇ ରାସନ ସାମଗ୍ରୀ ପାଉଥିବା ହିତାଧିକାରୀଙ୍କୁ ୧ହଜାର ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ନନ୍ଦପୁରର ଯୋଗାଣ ନିରୀକ୍ଷକଙ୍କୁ ପଚାରିବାରୁ କାଗଜପତ୍ର କାମ ଚାଲିଛି ଦିନେ ଦୁଇ ଦିନ ମଧ୍ୟରେ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.