fbpx

ହୀରାକୁଦରେ ଖୋଲିଲା ଆଉ ୩ଟି ଗେଟ : ମୋଟ ୭ଟି ଗେଟ ଦେଇ ନିଷ୍କାସିତ ହେଉଛି ବର୍ଷାଜଳ

ସମ୍ବଲପୁର : ପୁଣି ଖୋଲୁଛି ହୀରାକୁଦ ଡ୍ୟାମର ଗେଟ । ଆଜି ପୁଣି ହୀରାକୁଦରେ ୨ଟି ଗେଟ ଖୋଲିଛି । ମୋଟ ୪ଟି ଗେଟ ଦେଇ ଡ୍ୟାମରେ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୯.୬୦ ଫୁଟ ରହିଛି । ଡ୍ୟାମକୁ ୧,୫୪,୯୯୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ସେଥିରୁ ୭୨,୪୦୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡାରେ ସାମାନ୍ୟ ବର୍ଷା ହେଉଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ପୁଣି ଅପରାହ୍ନରେ ଆଉ ୩ଟି ଗେଟ ଖୋଲା ଯାଇଛି । ବର୍ତ୍ତମାନ ମୋଟ ୭ଟି ଗେଟ ଦେଇ ହୀରାକୁଦ ଡ୍ୟାମରେ ବର୍ଷାଜଳ ନିଷ୍କାସିତ ହେଉଛି ।

Get real time updates directly on you device, subscribe now.