ଗୁଣିଗାରେଡି ପାଇଁ ୩ ଜଣଙ୍କୁ ବିଭତ୍ସ ହତ୍ୟା, ୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ଆସିକା: ଗୋଷ୍ଠୀ ସଂଘର୍ଷରେ ୩ ଜଣଙ୍କ ମୃତ୍ୟୁ, ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।

ବଡଗଡ ଥାନା ଖାରିଗୁମ୍ମା ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଘଟଣାସ୍ଥଳରେ ୨ ଜଣ ଏବଂ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।

ଗୁରୁତରଙ୍କୁ ଧରାକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି । ଗାଁରେ ୫ଟି ଥାନାର ଆଇଆଇସି ପହଞ୍ଚି ଯାଞ୍ଚ କରୁଥିବା ଜଣାପଡ଼ିଛି ।

ଧରାକୋଟ, ବଡ଼ଗଡ଼, ଶେରଗଡ଼, ସୋରଡ଼ା ଓ ଆସ୍କାର ଆଇଆଇସି ଆସିଥିବା ସୂଚନା । ଗୁଣିଗାରେଡି ସନ୍ଦେହରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।