fbpx

ଛତିଶଗଡ଼ ଓ ତେଲେଙ୍ଗାନା ସୀମାରେ ସୁରକ୍ଷାକର୍ମୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୩ ମାଓବାଦୀ ନିହତ

Advertisement

ନୂଆଦିଲ୍ଲୀ: ଛତିଶଗଡ଼ ଓ ତେଲେଙ୍ଗାନା ସୀମାରେ ମାଓବାଦୀଙ୍କ ସହ ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଛନ୍ତି । ପୋଲିସ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି ଓ ୩ ମାଓବାଦୀଙ୍କ ଶବ ଜବତ ହୋଇଛି ।

ତେବେ ଛତିଶଗଡ଼ର ବିଜାପୁର ଓ ତେଲେଙ୍ଗାନା ମୁଲୁଗ ବର୍ଡରରେ ହୋଇଥିବା ଗୁଳିବିନିମୟ ପରେ ପୋଲିସକୁ ଅଧିକ ମାତ୍ରାରେ ଏକେ-୪୭ ଓ ରାଇଫଲ ଜବତ ହୋଇଛି । କୁହାଯାଉଛି ଯେ, ଗୁପ୍ତ ସୂଚନା ଆଧାରରେ ତେଲେଙ୍ଗାନା ଗ୍ରେ-ହାଉଣ୍ଡ ପକ୍ଷରୁ ଅପରେସନ ହୋଇଥିଲା ।

Get real time updates directly on you device, subscribe now.