fbpx

ବିଶ୍ୱକପ୍ ହକି ପାଇଁ ଦଳ ଘୋଷଣା; ଭାରତୀୟ ଟିମରେ ୩ ଓଡ଼ିଆ, ଜାଣନ୍ତୁ କିଏ କିଏ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ହେବାକୁ ଯାଉଛି ଜୁନିୟର ବିଶ୍ୱକପ୍ ହକି ମହାକୁମ୍ଭ । ଏଥର କଳିଙ୍ଗ ଷ୍ଟାଡିୟମରେ ହେବ ଜୁନିୟର ହକି ମ୍ୟାଚ । ଜୁନିୟର ବିଶ୍ୱକପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ବିବେକ ସାଗର ପ୍ରସାଦଙ୍କ ନେତୃତ୍ୱରେ ୧୮ ଜଣିଆ ଟିମ୍ ଘୋଷଣା କରାଯାଇଛି । ୧୮ ଜଣିଆ ଭାରତୀୟ ଟିମରେ ଓଡ଼ିଶାର ୩ ଖେଳାଳୀ ସ୍ଥାନ ପାଇଛନ୍ତି । ଓଡ଼ିଶାର ସେହି ୩ ଖେଳାଳୀ ହେଉଛନ୍ତି-ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ଚିରମାକୋ । ଆସନ୍ତା ୨୪ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ମ୍ୟାଚ୍ ଖେଳାଯିବ ।

ତେବେ ୨୪ ତାରିଖରେ ଆରମ୍ଭ ହେବ ହକି ମହାକୁମ୍ଭ । ଏଥିରେ ୧୬ଟି ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏନେଇ ଭାରତୀୟ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ୧୫ ତାରିଖରେ ଅନ୍ୟ ଟିମ୍ ଭୁବନେଶ୍ୱରରେ ଆସି ପହଞ୍ଚିଯିବେ । ବାୟୋ ବବଲ ପ୍ରକ୍ରିୟାରେ ବିଶ୍ୱକପ୍ ହେବ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଇଛି । ଏପରି କି ଖେଳ ଦେଖିବାକୁ ଦର୍ଶକଙ୍କୁ ଷ୍ଟାଡିୟମ ମନା ହୋଇଛି । ଏହା ସହ ପ୍ରତିଦିନ ଖେଳାଳି ଓ ଷ୍ଟାଫଙ୍କ ଆରଟିପିସିଆର ଟେଷ୍ଟ ହେବ । ଖେଳାଳିଙ୍କ ପାଇଁ ୨ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସଂରକ୍ଷଣ ରଖାଯାଇଛି । ନିରାଡମ୍ବରରେ ଉଦଘାଟନୀ ଉତ୍ସବ ହେବ । ଏନେଇ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.