fbpx

୩ ଦଳର ମୁଖିଆ ନିରାଶ: ନିର୍ବାଚନୀ ରଣାଙ୍ଗନରେ ପରାସ୍ତ ହେଲେ ନବୀନ, ମନମୋହନ ଓ ଶରତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ନିର୍ବାଚନୀ ଫଳାଫଳ ସଭିଙ୍କୁ ତାଜୁବ କରିଦେଇଛି । ଦୀର୍ଘ ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅପରାଜେୟ ଭାବେ ଶାସନ କରି ଆସୁଥିବା ବିଜେଡି କ୍ଷମତାଚ୍ୟୁତ ହୋଇଛି । ରାଜ୍ୟରେ ଏବେ ଚାଲିବ ବିଜେପି ସରକାର । ତେବେ ଏହି ନିର୍ବାଚନରେ ଅନେକ ନୂଆ କଥା କଥା ଦେଖିବାକୁ ମିଳିଛି । ଜନତାଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ନିଷ୍ପତ୍ତି ଏହା ପୁଣି ଥରେ ପ୍ରମାଣିତ ହୋଇଛି ।

ଏହି ନିର୍ବାଚନରେ ଅନେକ ହେଭିୱେଟ ନେତା, ମନ୍ତ୍ରୀ ପରାସ୍ତ ହୋଇଥିବା ବେଳେ ରାଜ୍ୟର ତିନି ପ୍ରମୁଖ ଦଳର ମୁଖିଆମାନେ ମଧ୍ୟ ନିଜ ନିଜର ଗଡ଼ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପରାସ୍ତ ହୋଇଥିବା ବେଳେ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ଓ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ନୂଆପଡ଼ାଆସନରୁ ପରାସ୍ତ ହୋଇଛନ୍ତି । ନବୀନ ୧୬,୩୨୨ଟି ଭୋଟରେ, ମନମୋହନ ପାଖାପାଖି ୨ ହଜାର ଭୋଟରେ ଓ ଶରତ ୧୫,୫୦୧ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ତେବେ ନବୀନ ଅନ୍ୟ ଏକ ଆସନ ହିଞ୍ଜିଳିରୁ ବିଜୟୀ ହୋଇଛନ୍ତି । ଜନତା ଜନାର୍ଦ୍ଦନଙ୍କ ଜନାଦେଶ ଆଗରେ ଏହି ତିନି ଦଳର ମୁଖିଆ ପରାଜୟ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି । ଗଣତନ୍ତ୍ରରେ ଜନତାଙ୍କ ନିଷ୍ପତ୍ତିକୁ ଦଳ, ମତ ନିର୍ବିଶେଷରେ ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ । ସୂଚନାଯୋଗ୍ୟ ଯେ, ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ୭୮ଟି, ବିଜେଡି ୫୧ଟି, କଂଗ୍ରେସ ୧୪ଟି, ସ୍ୱାଧୀନ ୩ଟି ଓ ସିପିଆଇ (ଏମ୍) ୧ଟି ଆସନରେ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.