fbpx

(Video) ବୋରୱେଲ ଭିତରେ ମରଣ ସହ ସଂଘର୍ଷ କରୁଛି ୩ ବର୍ଷର ଶିଶୁ: ଜାରି ରହିଛି ରେସକ୍ୟୁ ଅପରେସନ୍

ନୂଆଦିଲ୍ଲୀ: ପୁଣି ଥରେ କାଳ ସାଜିଛି ଖୋଲା ବୋରୱେଲ । ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଖୋଲା ବୋରକେଲରେ ପଡ଼ି ଅନେକ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଣି ଥରେ ସେହି ଘଟଣାର ପୁନରାବୃତ୍ତି ଘଟିଛି । ବିହାରରେ ଗୋଟିଏ ୩ ବର୍ଷର ଶିଶୁ ଏକ ୪୦ ଫୁଟର ଗଭୀର ବୋରୱେଲ ଭିତରେ ଖସି ପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପ୍ରଶାସନିକ ଟିମ୍ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିବା ସହିତ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ସୂଚନା ମୁତବାକ, ବୋରୱେଲ ଭିତରେ ସିସିଟିଭି ଲଗାଯାଇ ଶିଶୁଟି ଉପରେ ନଜର ରଖାଯିବା ସହିତ ଅପରେସନ ଜାରି ରହିଛି । ଶିଶୁଟି ବୋରୱେଲ ଭିତରେ ଖସି ପଡ଼ିବା ପରେ ଜେସିବି ସହାୟତାରେ ମାଟି ଖୋଳା କାମ ଆରମ୍ଭ କରାଯାଇଥିଲା । ଗାତ ଭିତରେ ଫସି ରହିଥିବା ଶିଶୁଟିର ନାମ ଶିବ କୁମାର । କୁଲ ଗାଁର ବାସିନ୍ଦା ଡୋମନ ମାଞ୍ଝିଙ୍କ ପୁତ୍ର ଶିବମ୍ ତାର ମାଆଙ୍କ ପଛେପଛେ କ୍ଷେତକୁ ଯାଉଥିଲା । ମାତ୍ର ଏହି ସମୟରେ ଦୁର୍ଭାଗ୍ୟବଶତଃ ଶିବମର ପାଦ ଖସି ଯିବାରୁ ସେ ବୋରୱେଲ ଭିତରେ ଖସି ପଡ଼ିଥିଲା । ପୁଅର ଏଭଳି ଅବସ୍ଥା ଦେଖି ପିତାମାତା ମର୍ମାହତ ହୋଇ ପଡ଼ିରହିଛନ୍ତି । ତେଣୁ ତାଙ୍କର ପୁଅ ସୁରକ୍ଷିତ ଭାବେ ଉଦ୍ଧାର ହେବ ବୋଲି ଦମ୍ପତ୍ତିଙ୍କୁ ସାନ୍ତ୍ୱନା ଦିଆଯାଉଛି ।

ଗୋଟିଏ ପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅନ୍ୟପଟେ ସିସିଟିଭ୍ ସହାୟତାରେ ଶିବମ୍ ଉପରେ ନଜର ରଖାଯାଉଛି । ଏଥିସହିତ ୪୦ ଫୁଟ ତଳେ ରହିଥିବା ଶିବମର ସ୍ୱର ଶୁଣାଯାଉଥିବା ଗ୍ରାମବାସୀମାନେ କହିଛନ୍ତି । ଶିଶୁଟିର ଫେରିବା ବାଟକୁ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ଶିଶୁଟିକୁ ଉଦ୍ଧାର କରାଯିବା ପରେ କିପରି ତାକୁ ସଙ୍ଗେସଙ୍ଗେ ମେଡିକାଲ ନିଆଯିବ ସେଥିପାଇଁ ପୂର୍ବରୁ ମେଡିକାଲ୍ ଟିମକୁ ପ୍ରସ୍ତୁତ କରି ରଖାଯାଇଛି ।

Get real time updates directly on you device, subscribe now.