ଭୁବନେଶ୍ୱର,୧ା୪: ରାଜ୍ୟ ସରକାରଙ୍କ ୩୦ଜଣ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀଙ୍କୁ ଏପ୍ରିଲ ପହିଲାରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ପାହ୍ୟାକୁ ପଦୋନ୍ନତି ମିଳିଛି। ଏସଂକ୍ରାନ୍ତରେ ସୋମବାର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି।
କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅନୁସଚିବ ସଞ୍ଜୟ କୁମାର ଚୌରାସିଆଙ୍କ ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୦୨୩ ଜାନୁଆରୀ ପହିଲାରୁ ଡିସେମ୍ବର ମଧ୍ୟରେ ଧରମ ହଁାସଦା, ରୀନା ମହାପାତ୍ର, ନିୟତି ପଟ୍ଟନାୟକ, ଡ. ମହେଶ୍ୱର ସ୍ବାଇଁ, ମୃଣାଳକାନ୍ତି ଦାସ, ଶ୍ରୀକାନ୍ତ ତରାଇ, ବୀରେନ୍ଦ୍ର କୋରକୋରା, ଲକ୍ଷ୍ମଣ କୁମାର ମଲ୍ଲିକ, ଉପମା କାଲୋ, ଲିଲି କୁମାରୀ କୁଲୁ, କବୀନ୍ଦ୍ର କୁମାର ସାହୁ, ଆରାଧନା ଦାସ, ପ୍ରଦୀପ କୁମାର ନାୟକ, ମଧୁସୂଦନ ଦାସ ଓ ପ୍ରେମଜିତ ନାୟକ ପ୍ରୋଭିଜନାଲି ଆଇଏଏସ୍କୁ ପଦୋନ୍ନତି ପାଇଛନ୍ତି।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୪ ଜାନୁଆରୀ ପହିଲାରୁ ଡିସେମ୍ବର ମଧ୍ୟରେ ନିବେଦିତା ମିଶ୍ର, ରେଗା ଗୀତାରାଣୀ ପଟ୍ଟନାୟକ, ଅର୍ଚ୍ଚନା ଦାସ ପଟ୍ଟନାୟକ, ନରହରି ସେଠୀ, ଯୁଗଳେଶ୍ୱରୀ ଦାଶ, ମଧୁମିତା ରଥ, ଦେବାଶିଷ ସିଂହ, ସୁବ୍ରତ କୁମାର ପଣ୍ଡା, ପ୍ରତାପ ଚନ୍ଦ୍ର ହୋତା, ଇନ୍ଦ୍ରମଣି ନାୟକ, ସୁଦାମ ଚରଣ ମଣ୍ଡଳ, ଅଞ୍ଜନା ପଣ୍ଡା, ସ୍ବୟଂପ୍ରଭା ମହାନ୍ତି,ଗିରୀଶ ଚନ୍ଦ୍ର ସିଂହ ନିବେଦିତା ପୃଷ୍ଟି ପ୍ରମୁଖ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି।