ଜନଗଣନାରେ ପଚରାଯିବାକୁ ଥିବା ପ୍ରଶ୍ନ ଜାଣି ଆଗରୁ ଉତ୍ତର ପାଇଁ ଥାଆନ୍ତୁ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତା ବର୍ଷରୁ ଭାରତରେ ଜନଗଣନା ଆରମ୍ଭ ହୋଇଯିବ । ଏହି ପ୍ରକ୍ରିୟା ଏକ ବର୍ଷ ଧରି ଚାଲିବ ଓ ୨୦୨୬ରେ ଏହାର ଚୂଡାନ୍ତ ରିପୋର୍ଟ ସାର୍ବଜନୀନ ହେବ । ଏହି ଜନଗଣନା ୨୦୨୧ରେ ଆରମ୍ଭ ହେବାକୁ ଥିଲା । କିନ୍ତୁ କରୋନା ପାଇଁ ଏହା ବନ୍ଦ ହୋଇଥିଲା । ତା ପରେ ଆସିଲା ଲୋକସଭା ନିର୍ବାଚନ । ତେଣୁ ଆସନ୍ତା ବର୍ଷ ଦେଶରେ ହେବ ଜନ ଗଣନା ।

ଦେଶ ପାଇଁ ଜନଗଣନା ଅତ୍ୟନ୍ତି ଜରୁରୀ । ଏହାରି ଆଧାରରେ ବିଧାନସଭା ଓ ଲୋକସଭାର ସୀମା ନିର୍ଦ୍ଧାରଣ କରାଯାଏ । ବିଗତ ୫୦ ବର୍ଷ ହେବ ଏହି ଆସନରେ କୌଣସି ପରିବର୍ତ୍ତନ କରାଯାଇନି । ୨୦୨୬ରେ ଜନଗଣନା ରିପୋର୍ଟ ଆସିଥିବାରୁ ଆସନ୍ତା ସାଧାରଣ ନିର୍ବାଚନ ବେଳକୁ ଦେଶର ସିଟ ସଂଖ୍ୟା ବୃଦ୍ଧି ହେବ ଓ ମହିଳା ଆରକ୍ଷଣ ଲାଗୁ ହେବ ବୋଲି ଆଶା କରାଯାଉଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଏହି ସର୍ଭେରେ ଲୋକଙ୍କୁ ସେମାନଙ୍କ ସମ୍ପ୍ରଦାୟ ବିଷୟରେ ପଚାଯିବ । ସମ୍ପ୍ରଦାୟ ଆଧାରରେ ଜନସଂଖ୍ୟା ଜାଣିବା ମଧ୍ୟ ଏକ ଲକ୍ଷ୍ୟ ରହିଛି । ସର୍ଭେରେ ପଚାରିବାକୁ ୩୦ଟି ପ୍ରଶ୍ନ ପ୍ରସ୍ତୁତ ହୋଇଛି । ଏହି ସଂଖ୍ୟା ୨୦୧୧ରେ ୨୯ ଥିଲା । ତେବେ କେଉଁ କେଉଁ ପ୍ରଶ୍ନ କରିବେ ଜନଗଣନାକାରୀ ସେ ସମ୍ପର୍କରେ ଜାଣିନେବା ଆବଶ୍ୟକ । ସେତେବେଳକୁ ଆରାମରେ ଉତ୍ତର ଦେଇହେବ ।

ବ୍ୟକ୍ତିଙ୍କ ନାମ
ପରିବାରର ମୁଖ୍ୟଙ୍କ ସହ ସମ୍ପର୍କ
ଲିଙ୍ଗ
ଜନ୍ମତିଥି ଓ ଆୟୁଷ
ବୈବାହିକ ସ୍ଥିତି
ବିବାହ କାଳରେ ବୟସ
ଧର୍ମ
ସମ୍ପ୍ରଦାୟ
ଅନୁସୂଚିତ ଜାତି ବା ଜନଜାତି
ଦିବ୍ୟାଙ୍ଗତା
ମାତୃଭାଷା
ଅନ୍ୟ କେଉଁ ଭାଷା ଉପରେ ଜ୍ଞାନ
ସାକ୍ଷରତା ସ୍ଥିତି
ବର୍ତ୍ତମାନର ଶିକ୍ଷା ସ୍ଥିତି
ଉଚ୍ଚତମ ଶିକ୍ଷା
ଗତ ବର୍ଷର ରୋଜଗାର
ଆର୍ଥିକ ଗତିବିଧିର ବିବରଣୀ
ରୋଜଗାର
ଉଦ୍ୟୋଗର ପ୍ରକୃତି, ରୋଜଗାର ଓ ସେବା
ଶ୍ରମିକଙ୍କ ଶ୍ରେଣୀ
ଅଣ ଆର୍ଥିକ ଗତିବିଧି
କେମିତି ରୋଜଗାର ପାଇଁ ଇଛା
କାମକୁ ଯିବାର ମାଧ୍ୟମ
(୧) କର୍ମକ୍ଷେତ୍ରର ଦୂରତା
(୨) ଯାତ୍ରାର ମାଧ୍ୟମ
ପୈତୃକ ସ୍ଥାନରେ ଜନ୍ମ ନା ଅନ୍ୟ କେଉଁଠି । ବିଦେଶରେ ହୋଇଥିଲେ ସେଠାର ନାଁ
ମୂଳ ସ୍ଥାନରେ ରହୁଛନ୍ତି ନା ଅନ୍ୟତ୍ର ପଳାୟନ କରିଛନ୍ତି
(୧) କଣ ଦେଶ ଭିତରେ କେଉଁଠି ଅଛନ୍ତି
(୨) କେବେ ସ୍ଥାନାନ୍ତର କଲେ
ମୂଳ ସ୍ଥାନ ଛାଡିବାର କାରଣ
କେତେ ସନ୍ତାନ
(୧) କେତେ ପୁଅ
(୨) କେତ ଝିଅ
ଜନ୍ମନେଇଥିବା କେତେ ସନ୍ତାନ ଜୀବିତ
(୧) କେତେ ପୁଅ
(୨) କେତେ ଝିଅ
ବିଗତ ଏକ ବର୍ଷରେ ଜନ୍ମନେଇଥିବା ସନ୍ତାନଙ୍କ ସଂଖ୍ୟା
ପୈତୃକ ଜାଗା ଛାଡି ନୂଆ ଜାଗାରେ କେତେ ବର୍ଷ ହେବ ରହୁଛନ୍ତି
ପଳାୟନ ପୂର୍ବର ମୂଳ ସ୍ଥାନ